ଭୁବନେଶ୍ୱରରେ ଗଣେଶ ପୂଜା ପାଇଁ ପ୍ୟାସନ କ୍ଲବର ମାଟି ଅନୁକୂଳ; ସେପ୍ଟେମ୍ବର ୧୪ରୁ ଭବ୍ୟ ପୂଜା ପ୍ରସ୍ତୁତି ଆରମ୍ଭ

ଲିପ୍ଶା ରାଉତ ଭୁବନେଶ୍ବର

ଗଣେଶ ପୂଜା ପାଇଁ ପ୍ୟାସନ କ୍ଲବ ପକ୍ଷରୁ ମାଟି ଅନୁକୂଳ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତଚଳିତ ବର୍ଷ ବିଘ୍ନରାଜ ଶ୍ରୀଗଣେଶଙ୍କ ପୂଜା ଉପଲକ୍ଷେ ୟୁନିଟ୍-୪, ଏମ୍.ଏଲ୍.ଏ. କଲୋନୀସ୍ଥିତ ପ୍ୟାସନ କ୍ଲବ ପକ୍ଷରୁ ଆଜି ପୂଜାର ଶୁଭାରମ୍ଭ କରାଯାଇଛି ।ସକାଳେ କ୍ଲବର ସଦସ୍ୟମାନେ ଭୁବନେଶ୍ୱର ଉପକଣ୍ଠସ୍ଥ ଭାର୍ଗବୀ ନଦୀର ବାଁକୁଆଳ ପଠାରେ ବିଧିବଦ୍ଧ ପୂଜାର୍ଚ୍ଚନା କରି ନଦୀରୁ ପବିତ୍ର ମାଟି ଅନୁକୂଳ କରିଥିଲେ । ଏହାପରେ ଚଳିତ ବର୍ଷର ଶ୍ରୀଗଣେଶଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା Iସନ୍ଧ୍ୟାରେ ଆୟୋଜିତ ପ୍ରସ୍ତୁତି ବୈଠକରେ କ୍ଲବର କାର୍ଯ୍ୟକାରୀ ସଦସ୍ୟ, ସାଧାରଣ ପରିଷଦ ସଦସ୍ୟ ଏବଂ ଉପଦେଷ୍ଟାମାନଙ୍କ ଉପସ୍ଥିତିରେ ଗତ ବର୍ଷର ପୂଜାର ସଫଳତା ଓ ଚଳିତ ବର୍ଷର ପୂଜା ଆୟୋଜନ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା I ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଗଣେଶ ପୂଜାକୁ ଭବ୍ୟ, ଶୃଙ୍ଖଳିତ ଏବଂ ସୁଚାରୁରୂପେ ଆୟୋଜନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା Iଆଜିର ମାଟି ଅନୁକୂଳ ଓ ପ୍ରସ୍ତୁତି ବୈଠକରେ କ୍ଲବର ଉପଦେଷ୍ଟା ନରେନ ସାହୁ, ନାରାୟଣ ମହାପାତ୍ର ଓ ମନୋଜ ରାଉଳ, କ୍ଲବର ସଭାପତି ତପନ ପଲ୍ଲଇ, ଉପ-ସଭାପତି ପ୍ରଶାନ୍ତ ବଡୁ, ସହ-ସମ୍ପାଦକ କେଦାର ମହାରଣା, କୋଷାଧ୍ୟକ୍ଷ ଗୋପାଳ ଦାସ, ସଂଯୋଜକ ଅଶ୍ବିନୀ କରଙ୍କ ସମେତ କ୍ଲବର ବହୁ କାର୍ଯ୍ୟକାରୀ ଓ ସାଧାରଣ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.