ଧର୍ମଶାଳା, ୧୮ । ୮( କଳିଙ୍ଗ ୭ ନିୟୁଜ ) : ବ୍ରାହ୍ମଣୀ ଓ ଏହାର ଶାଖାନଦି କେଲୁଅରେ ବନ୍ୟା ଆସିବା ଫଳରେ ଧର୍ମଶାଳା ବ୍ଲକ ଅଂଚଳର ଅନେକ ଗାଁ ପାଣି ଘେରରେ ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟାପାଣି ଜମିରହିବା ଫଳରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ବନ୍ୟାସ୍ଥିତି ଓ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଚିହ୍ନଟ କରି ସରକାରୀ ସହାୟତା ଯେଗାଇ ଦେବା ନେଇ ବିଧାୟକ ହିମାଂଶୁ ଶେଖର ସାହୁ , ପିଡି ଦେବୀ ପ୍ରସାଦ ମହାନ୍ତି,ଉପଜିଲ୍ଲାପାଳ ତାପସରଞ୍ଜନ ଦେଉରୀ, ବିଡିଓ ଜ୍ୟୋତିର୍ମୟ କର ଓ ତହସିଲଦାର ସମିର ରଞ୍ଜନ ଦାସ, ରସୁଲପୁର ବିଡିଓ ସତ୍ୟାନନ୍ଦ ଦାସ ଓ ତହସିଲଦାର ସିଦ୍ଧାର୍ଥ ବେହେରାଙ୍କ ଉପସ୍ଥିତିରେ ଧର୍ମଶାଳା ବ୍ଲକ ପରିସରରେ ଏକ ସମିକ୍ଷା ବୈଠକ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯାଜପୁର ବନ୍ୟା ପ୍ଲାବିତ ଅଂଚଲ ବୁଲି ଦେଖିବା ସହିତ ଜିଲ୍ଲାକୁ ୧ ହଜାର କୋଟିର ବନ୍ୟା ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଥିବା ବନ୍ୟା ସହାୟତା ଧର୍ମଶାଳା ନିର୍ବାଚନ ମଣ୍ଡଳୀର କ୍ଷତିଗ୍ରସ୍ତ ଲୋକମନଙ୍କୁ ସଠିକ ଭାବେ ଚିହ୍ନଟ କରି ସହାୟତା ଯେଗାଇ ଦେବାକୁ ବିଧାୟକ ଶ୍ରୀ ସାହୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟାରେ କ୍ଷତିଗ୍ରସ୍ତ ଲୋକମାନେ ନିଜ ଆଡୁ ସମ୍ପୃକ୍ତ ତହସିଲ ଓ ବିଡିଓଙ୍କ ନିକଟରେ ନିଜର କ୍ଷତିର ପଞ୍ଜିକରଣ କରିବାକୁ ବିଧାୟକ କହିବା ସହିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟର ମରାମତି ନିମନ୍ତେ ପଦକ୍ଷେପ ନିଆଯିବ । ଏସମ୍ପର୍କରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହାନ ଚରଣ ମାଝି, ରାଜସ୍ୱମନ୍ତ୍ରୀ ସୁରେଶ ପୂଜରୀ , ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧୟକ ହିମାଂଶୁ ଶେଖର ସାହୁ, କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ନେଇ ବନ୍ୟା ସମ୍ପର୍କିତ ଏକ ଆଲୋଚନା ହୋଇଥିଲା । ବନ୍ୟାରେ କ୍ଷତିଗ୍ରସ୍ତ ସମସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିବା ସହ ଆଗାମୀ ଦିନରେ ନଦି ଗୁଡିକୁ କିଭଳି ସଂଯୋଗିକରଣ କରାଯିବ ତାହା ଉପରେ ଆଲୋଚନା କରିଥିଲେ ବୋଲି ବ୍ଲକ ପରିସରରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.