ଧର୍ମଶାଳା ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର

ଧର୍ମଶାଳା,୩ o। ୮(କଳିଙ୍ଗ ୭ ନିୟୁଜ ) ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ୱାର୍ଡ ରୁ ୱାଡକୁ ଯାଇ ଲୋକମାନଙ୍କ ଅସୁବିଧା ବୁଝିବା ସହିତ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏଥିସହ ବିଧାୟକ ଶ୍ରୀ ସାହୁ ଆଜି କୁମାରୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ ଅସିଥିବା ଲୋକମାନଙ୍କ ସମସ୍ୟାର ଶୁଣାଣୀ କରିଛନ୍ତି । ଏହି ଜନ ଅଭିଯୋଗ ଶୁଣାଣୀରେ ବିଧାୟକ ଶ୍ରୀ ସାହୁ ସିଧାସଳଖ ଲୋକମାନଙ୍କ ସହିତ ମିଶି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସମସ୍ୟାର ସମାଧାନ କରୁଛନ୍ତି । ସମୟ ସାପେକ୍ଷ ସମସ୍ୟାର ସମାଧାନ କରିବାକୁ ବିଭାଗୀୟ ଦାୟିତ୍ୱରେ ରହିଥିବା ସମ୍ପୃକ୍ତ କର୍ମୀମାନଙ୍କୁ ଏହାର ସମାଧାନ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଉଛନ୍ତି । ଆଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ ଶହ ଶହ ସଂଖ୍ୟାରେ ଲୋକମାନେ କୁମାରୀସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଁଚି ନିଜର ଅସୁବିଧା ସମ୍ପର୍କରେ ବିଧାୟକଙ୍କୁ ଜନଅଭିଯୋଗ ଶୁଣାଣୀରେ କହିଥିଲେ । ଅନେକ ସମସ୍ୟା ଶୁଣୀ ବିଧାୟକ ଶ୍ରୀ ସାହୁ ଏହାର ତତକ୍ଷଣାତ ସମାଧାନ କରିଥିଲେ । ବିଧାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ପ୍ରତି ରହିଥିବା ଭଲପାଇବା ଏଥିରୁ ସ୍ପଷ୍ଟ ହେଉଛି । ଯାହାକୁ ସାଧାରଣରେ ପସନ୍ଦ କରାଯାଇଛି । ଆଜିର ଏହି ଜନଅଭିଯୋଗ ଶୁଣାଣୀରେ ଯୁବ ସଙ୍ଗଠକ ରାଜେଶ ପାଳ, ବିଶ୍ୱଜିତ ପୃଷ୍ଟି, ପ୍ରଦୀପ ପରିଡା, ଅଭିଷେକ ରାଉତ, ସବ୍ୟସାଚୀ ସୁନ୍ଦରରାୟ ସମେତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୬ ଗୋଟି ଜୋନର ସଭାପତିମାନେ ଉପସ୍ଥିତ ରହି ବିଧାୟକଙ୍କୁ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.