ଧର୍ମଶାଳା,୨ ।୯(କଳିଙ୍ଗ ୭ ନିୟୁଜ ): ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଧାୟକଙ୍କୁ ଭେଟ କରିବା ଲାଗି ଗଞ୍ଜାମ ଜିଲ୍ଲାରୁ ତିନିଦନ କାଳ ସାଇକଲ ଚଳାଇ ଜଣେ ଯୁବକ କୁମାରୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଆଜି ଅସି ପହଁଚିଛନ୍ତି । ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ସେରଗଡ ଥାନା ଅନ୍ତର୍ଗତ ବାରାସିଙ୍ଗି ଗ୍ରାମର ଦୀପକ ଗୌଡ( ୨୨) ଧର୍ମଶାଳା ବିଧାୟକ ଶ୍ରୀ ସାହୁଙ୍କ ସାଧାରଣ ଲୋକମାନଙ୍କ ପ୍ରତି ରହିଥିବା କାମ କରିବାର ଢଙ୍ଗ ଓ ତାଙ୍କ ଦ୍ୱାରା ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଦ୍ୱାରା ଅବହେଳିତ ଓ ନିଷ୍ପେଶିତ ମାନଙ୍କୁ କରାଯାଉଥିବା ସହାୟତା ଦୀପକଙ୍କୁ ବେଶ ଅନୁପ୍ରାଣୀତ କରିଥିଲା । ଫଳରେ ସେ ବିଧାୟକ ଶ୍ରୀ ସାହୁଙ୍କୁ ଭେଟିବାକୁ ନିର୍ଣ୍ଣୟ କରିଥିଲେ । ପୁର୍ବରୁ ଦୀପକ ସାଇକଲ ଯୋଗେ ଅନେକ ସେଲିବ୍ରେଟିଙ୍କୁ ଭେଟିବା ଲାଗି ଭାରତ ବର୍ଷର ବିଭିନ୍ନ ସ୍ଥାନକୁ ଯାଇଥିବା ବେଳେ ଆଜି ଜାରକା ନିକଟସ୍ଥ କୁମାରୀ ଗ୍ରାମରେ ବିଧାୟକ ଶ୍ରୀ ସାହୁଙ୍କୁ ଭେଟିଛନ୍ତି । ବିଧାୟକ ଶ୍ରୀ ସାହୁଙ୍କୁ କୁମାରୀସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଦୀପକ ଭେଟ କରି ଭାବବିହ୍ୱଳ ହୋଇପଡିଥିଲେ । ଗଞାମ ଜିଲ୍ଲାରୁ ସାଇକଲ ଚଳାଇ ଧର୍ମଶାଳା ବିଧାୟକଙ୍କୁ ଭେଟ କରିବା ଲାଗି ଆସିବା ଦୀପକଙ୍କ ବିଧାୟକଙ୍କ ପ୍ରତି ରହିଥିବା ଭଲପାଇବା ଏଥିରୁ ସ୍ପଷ୍ଟ ଜଣାପଡୁଥିଲା । ବିଧାୟକ ଶ୍ରୀ ସାହୁ କୁମାରୀସ୍ଥିତ ନିଜ କାର୍ଯ୍ୟାଳୟରେ ତାଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ଦୀପକ ମଧ୍ୟ ବିଧାୟକଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଦୀପକ କୁମାରୀ କାର୍ଯୟାଳୟରେ ପହଁଚିବା ପରେ ତାଙ୍କୁ ବିଜେପି କର୍ମୀ ଓ ଟ୍ରଷ୍ଟ ସଦସ୍ୟମାନଙ୍କ ଦ୍ୱାରା କରାଯାଇଥିବା ଆତିଥେୟ ପ୍ରଦାନକୁ ସେ ବେଶ ପ୍ରଶଂସା କରିଛନ୍ତି । ଦୀପକଙ୍କ ଉତର ଉତର କାମନା କରିବା ସିହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଦୀପକଙ୍କ ସମ୍ପର୍କରେ ଅବଗତ କରିବେ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.