ଆର୍ ଡି ବିଭାଗ କଳା ନାହିଁ ରାସ୍ତା ମରାମତି

ଦଣ୍ଡପାଟ ଯୁବ ସେବା ସଂଗଠନ କଲେ ରାସ୍ତା ମରାମତି

କଳାହାଣ୍ଡି,/ବେହେରା,କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସାହୁପଡ଼ା ଛକଠାରୁ ବିଜୁ ଏକ୍ସପ୍ରେସ୍‌ୱେ ଛକକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ଧରି ଅବ୍ୟବସ୍ଥାରେ ପଡ଼ିରହିଥିଲା। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହେବା ସହ ବର୍ଷା ହେଲେ ପାଣି ଜମି ରହୁଥିଲା। ଫଳରେ ଅଞ୍ଚଳବାସୀ, ଛାତ୍ରଛାତ୍ରୀ ଓ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଉଥିଲା।ରାସ୍ତାର ଦୁରବସ୍ଥା ନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଦୀର୍ଘଦିନ ଧରି ପଞ୍ଚାୟତ କିମ୍ବା ଆର୍‌ଡି ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।ଏନେଇ ଦଣ୍ଡପାଟ ଅଞ୍ଚଳର ଯୁବ ସମାଜସେବୀ ଗଜେନ୍ଦ୍ର ଚଲାନ ଆର୍‌ଡି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ବିଭାଗ ପକ୍ଷରୁ ପାଣ୍ଠି ଅଭାବ ଥିବା ଦର୍ଶାଯାଇଥିବା ପରେ ଦଣ୍ଡପାଟ ଯୁବ ସେବା ସଂଗଠନର ସଦସ୍ୟମାନେ ନିଜ ଉଦ୍ୟମରେ ରାସ୍ତା ମରାମତି ପାଇଁ ଆଗେଇ ଆସିଥିଲେ।ସଂଗଠନ ପକ୍ଷରୁ ଟ୍ରାକ୍ଟର ଯୋଗେ ରାସ୍ତାର ଖାଲଖମାରେ ପଥରଗୁଣ୍ଡ ପକାଯାଇଥିଲା। ପରେ ଜେସିବି ମେସିନ୍‌ ସହାୟତାରେ ରାସ୍ତାକୁ ସମତଳ କରାଯାଇ ମରାମତି କରାଯାଇଥିଲା।ଏହି କାର୍ଯ୍ୟରେ ଯୁବ ସମାଜସେବୀ ଗଜେନ୍ଦ୍ର ଚଲାନ, ଦଣ୍ଡପାଟ ଯୁବ ସେବା ସଂଗଠନର ସଭାପତି କ୍ଷୀରସିନ୍ଧୁ ବାଗ, ସଂଯୋଜକ ରଜତ ବଂଶଲଙ୍କ ସମେତ ଭିକାରୀ ଚରଣ ଗୋପାଳ, ଭୁଜବଳ ନାଏକ, ଶୁଶିଲ ନାଗ, ରୁପେଶ ନାଏକ, ଭବାନୀ ବାରିକ, ଲଲିତ ବାଣୁଆ, ହେମାଳ ବିଶି ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.