ସିକିରିରେ ଜୁଆ ଆଡ୍ଡା ଉପରେ ପୋଲିସର ଅତର୍କିତ ଚଢ଼ଉ, ୫ ଗିରଫ


ସିକିରିରେ ଜୁଆ ଆଡ୍ଡା ଉପରେ ପୋଲିସର ଅତର୍କିତ ଚଢ଼ଉ, ୫ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକିରି ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ଅତର୍କିତ ଚଢ଼ଉ କରିଛି। ପୋଲିସର ଏହି ଚଢ଼ଉ ପରେ ଜୁଆ ଖେଳରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ସିକିରି ଅଞ୍ଚଳରେ ଏକ ସ୍ଥାନରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଖବର ପାଇବା ପରେ ହିଞ୍ଜିଳି ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ଅଚାନକ ଚଢ଼ଉ କରିଥିଲା।

ପୋଲିସକୁ ଦେଖି ଜୁଆ ଖେଳୁଥିବା ଲୋକଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଥିଲା। ତେବେ ପୋଲିସ ୫ ଜଣଙ୍କୁ କାବୁ କରି ଗିରଫ କରିଥିବା ଜଣାପଡ଼ିଛି।

ଘଟଣାକୁ ନେଇ ପୋଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଜୁଆ ଆଡ୍ଡା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

ଗଞ୍ଜାମ ଜିଲ୍ଲା ରିପୋର୍ଟ — ଗଣେଶ ପାଣିଗ୍ରାହୀ

Leave A Reply

Your email address will not be published.