ପୁରୀ (୧୭/୦୭); ଆଜିର ବିଜ୍ଞାନ ଜେତେ ଆଗକୁ ଅଗ୍ରଗତି କରୁଛି ଡିଜିଟାଲ୍ ଯୁଗରେ ସୋସିଆଲ ମିଡ଼ିଆର ମଧ୍ୟ ସେତେ ଅଗ୍ରଗତି ହେଉଛି । ଯାହାକୁ ନେଇ ଖୋଦ ସରକାର ହିଁ ଏହାକୁ ବହୁଳ ମାତ୍ରାରେ ପ୍ରଚାର ପ୍ରସାର ମାଧ୍ୟମରେ ବ୍ୟବହାର କରୁଛନ୍ତି।କାରଣ ଅତି କମ୍ ସମରେ ସର୍ବାଧିକ ଜନ ସାଧାରଣ ବା ବ୍ୟବହାର କାରୀଙ୍କ ନିକଟରେ ପହଁଛି ପାରୁଛି। ଇତି ମଧ୍ୟରେ ଟ୍ୱିଟରର ନାମ ବଦଳି ଏବେ ‘ଏକ୍ସ’ ହୋଇଛି।ଏହା ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ। ଏହି ବ୍ୟବସ୍ଥାରେ ରାଜ୍ୟ ଓ କେନ୍ଦ୍ର ସରକାର ,ସରକାରଙ୍କ ବିଭିନ୍ନ ବିଭାଗ, ବିଭାଗୀୟ ଅଧିକାରୀ ,ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ,ସାମ୍ବାଦିକ ଏବଂ ଜନସାଧାରଣ ଏହାକୁ ବ୍ୟବହାର କରିଥାନ୍ତି। ଯେକୌଣସି ଉଚ୍ଚ ପଦସ୍ତ ଅଧିକାରୀ ବା ବ୍ୟକ୍ତି ବିଶେଷ କିଛି ପୋଷ୍ଟ କଲେ ତାହା ରାଜ୍ୟର ପ୍ରମୁଖ ଖବର ହୋଇଯାଏ। ତାହା ଗଣମାଧ୍ୟମର ମୁଖ୍ୟ ଖବର ଭାବେ ସ୍ଥାନିତ ପାଇଥାଏ । ନିକଟ ଅତୀତରେ ବାଲେଶ୍ୱର ଜିଲ୍ଲାର ଏଫ୍. ଏମ୍ ଅଟୋନୋମସ୍ କଲେଜର ଛାତ୍ରୀ ସୋମ୍ୟଶ୍ରୀ ବିଶି ମଧ୍ୟ ଟ୍ୱିଟର ମାଧ୍ୟମରେ ରାଜ୍ୟ ସରକାର,ଉଚ୍ଚଶିକ୍ଷା ବିଭାଗ, କେନ୍ଦ୍ର ଉଚ୍ଚ ଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଜିଲ୍ଲାପାଳ ଆଦି ସମସ୍ତଙ୍କୁ ଟ୍ୱିଟ୍ କରି ତାଙ୍କ ସମସ୍ୟାର ଅଭିଯୋଗ ଜଣାଇଥିଲେ । ତାଙ୍କ ଟ୍ୱିଟ୍ କୁ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଅବହେଳାର ସ୍ୱୀକାର ହୋଇ ସେ ଆତ୍ମହୁତି ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିବାର ଏକ ମାତ୍ର କାରଣ ଏକ୍ସ୍ କୁ ପ୍ରାଧାନ୍ୟ ଦିଅ ନ ଯିବା। ବିଗତ ଦିନ ମାନଙ୍କରେ ଏହି ଏକ୍ସ୍ ଜରିଆରେ ଅନେକ ଅଭିଯୋଗ ସରକାର ଓ ବିଭାଗୀୟ ଅଧିକାରୀ ଶୁଣୁଥିଲେ କିନ୍ତୁ ଏବେ ଏହାକୁ ଅଣଦେଖା କରାଯାଉଛି। ତେଣୁ ଏହାକୁ ଆନ୍ତରିକତା ମନଭାବ ରଖି ଅଗ୍ରାଧିକାର ଦିଆଯାଉ ଦାବିରେ ରାଜ୍ୟ ସ୍ତରୀୟ ସଂଗଠନ” ଆସେସୋସିଅନ ଅଫ ଟ୍ୱିଟର ଆକ୍ଟିଭିଷ୍ଟି” (ଆଟା)ର ପୁରୀ ଜିଲ୍ଲାଶାଖା ପକ୍ଷରୁ ଜିଲ୍ଲା ସଭାପତି ବିସ୍ମୟ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ସମ୍ମୁଖରେ ଟ୍ୱିଟର ଆକ୍ଟିଭିଷ୍ଟି ମାନେ ଆତ୍ମାହୁତି ଦେଇଥିବା ଛାତ୍ରୀ ସୌମ୍ୟଶ୍ରୀଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଦୀପ ଦାନ କରିଥିଲେ। ଏଥିସହ ସୋମ୍ୟଶ୍ରୀଙ୍କ ସହ ଘଟିଥିବା ଘଟଣା ଆଉ ପୁନରାବୃତ୍ତି ନ ହେବା ସହ ଏକ୍ସ/ଟୁଇଟର ମାଧ୍ୟମରେ ସରକାର ବା ବିଭାଗୀୟ ଅଧିକାରୀଙ୍କ ନିକଟକୁ ଆସୁଥିବା ଅଭିଯୋଗ ଗୁଡିକୁ ଆନ୍ତରିକତା ମନୋଭାବ ରଖି ଦାୟୁତ୍ୱ ସମ୍ପନ୍ମ ଭାବେ ସାମଧନ କରିବା ପାଇଁ ଦାବି ରଖିଥିଲେ । ଏଥିସହ ସାଧାରଣ ଲୋକଙ୍କ ଗୁହାରି ଶୁଣନ୍ତୁ ବିଭାଗୀୟ ଅଧିକାରୀ। ଟ୍ୱିଟର କୁ ନେଇ ମାସକୁ ଥରେ ଲୋକସଭା ଭବନରେ ସମୀକ୍ଷା ବୈଠକ ବସୁ। ଟ୍ୱିଟର /ଏକ୍ସ କୁ ସରକାରୀ ବିଭାଗ ଗୁରୁତ୍ବ ଦିଅନ୍ତୁ। ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ । ନ ନାହିଁ ଅତି ? (ଶତ୍ରୁ) ନାରୀ,ସେମାନଙ୍କ ସୁରକ୍ଷା ଜରୁରୀ । ରାଜନୈନିକ ରଙ୍ଗ ନୁହେଁ ସାମାଜିକ ଜାଗରଣ ଆବଶ୍ୟକ । ଯେକୌଣସି ସମସ୍ୟା ମୂଳକ ସମାଧାନର ରିପୋର୍ଟ ସାର୍ବଜନୀନ କରାଯାଉ। ଏହି ଘଟଣା ରାଜ୍ୟରେ ଯେପରି ପୁନରାବୃତ୍ତି ନ ହୁଏ ସେ ନେଇ ସଂଗଠନ ପକ୍ଷରୁ ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ୍ସ୍ ମାଧ୍ୟମରେ ଜଣାଇଥିଲେ। କାର୍ଯ୍ୟକ୍ରମରେ ସମ୍ପାଦିକା ଶୁଭଶ୍ରୀ ବେହେରା, କୋଷାଧ୍ୟକ୍ଷ ମାନସ ରଥ ଙ୍କ ସମେତ ସଚ୍ଚିଦାନନ୍ଦ ବିଶୋଇ, ଲକ୍ଷ୍ମୀ ନାୟକ, ସୌମ୍ୟରଞ୍ଜନ ବାରିକ, ସୁନିଲ ବେହେରା, ବିକାଶ ମହାପାତ୍ର, ଜ୍ଞାନ ବାରିକ, ତ୍ରିବିକ୍ରମ ମହାନ୍ତି, ନିଖିଲ ପାତ୍ର ଓ ସୌମ୍ୟରଂଜନ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.