ବୈରୀ ପୋଲିସ ଚୋରି ମାମଲା ଖୋଲାସା କଲା, ଦୁଇ ଅଭିଯୁକ୍ତ ଗିରଫ @kalinga7 news

ସଉଦା ଦୋକାନରେ ସଉଦା ଚୋରୀ

ବୈରୀ ଥାନା ପୋଲିସ ଦୁଇ ଜଣ ଚୋରକୁ ଗିରଫ କରି ଚୋରି ଘଟଣା ଖୋଲାସା କରିଛି। ଛତିଆ ବଜାର ରେ ଘଟିଥିବା ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ତଦନ୍ତକୁ ତେଜ କରିଥିଲା। ଗତ ୨୨ ତାରିଖ ରାତିରେ ଛତିଆ ବଟତଳ ବଜାର ଅଞ୍ଚଳରେ ଅମରେଶ୍ୱର ସାହୁଙ୍କ ତେଜରାତି ଦୋକାନର ସଟର ତାଡି ଓ ଟିଣ ଉପାଡ଼ି ପ୍ରାୟ ୫୦ ହଜାର ଟଙ୍କାର ମାଲସାମାନ ଚୋରି କରିଥିଲେ ଦୁଇ ଚୋର। ବାଇକ୍ ଉପରେ ପଲାଇବା ବେଳେ ମାହାଙ୍ଗା ଅଞ୍ଚଳର ସ୍ଥାନୀୟ ଲୋକଙ୍କ ହାତରେ ପଡ଼ିଥିଲେ ଏବଂ ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।ଏନେଇ ଦୋକାନ ମାଲିକ ଅମରେଶ୍ୱର ସାହୁ ବୈରୀ ଥାନାରେ ଲିଖିତ ଅଭିଯୋଗ ଦାୟର କରିଥିଲେ। ତଦନ୍ତ ଅଭିଯାନରେ ଥାନାଧିକାରିଣୀ ଅଂଶୁମାଳା ଦାସ ନେତୃତ୍ୱରେ ଥିବା ପୋଲିସ ଦଳ ଛତିଆ ଦଳେଇ ସାହି ରେ ଚଢ଼ାଉ କରି ସେଠାରୁ ଦେବାନନ୍ଦ ଦଳେଇ (୧୮) ଓ ବିଜୟ ଦଳେଇ (୨୬)ଙ୍କୁ ଗିରଫ କରିଛନ୍ତି। ତାଙ୍କ ଘରୁ କିଛି ଚୋରି ହୋଇଥିବା ମାଲସାମାନ ମଧ୍ୟ ଉଦ୍ଧାର ହୋଇଛି। ପୋଲିସ ଏସଆଇ ଧୀରେନ୍ଦ୍ର ପଣ୍ଡାଙ୍କ ତଦାରଖ ରେ ବୈରୀ ପୋଲିସ ଷ୍ଟେସନ୍‌ ରେ ଅଭିଯୁକ୍ତ ବିରୁଦ୍ଧରେ ୧୫୬/୨୫ ଅନ୍ତର୍ଗତ ଚୋରି ମାମଲା ରୁଜୁ କରାଯାଇଛି ଓ ଦୁହିଁ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। #kalinga7 news

Leave A Reply

Your email address will not be published.