ବ୍ୟାଙ୍କିଙ୍ଗି ସେବାକୁ ଆହୁରି ସରଳିକରଣ କରିବା ଏବଂ ଅଞ୍ଚଳ ବାସୀଙ୍କୁ ସ୍ୱାବଲମ୍ବୀ କରିବା ନେଇ ଚଣ୍ଡିଖୋଲ ଏଚ୍ ଡି ଏଫ୍ ସି ବ୍ୟାଙ୍କର ପ୍ରଶସ୍ତିକରଣ ଓ ନୂତନ ଗୃହ ଉଦ୍ଘାଟନ ହୋଇଯାଇଛି। ଚଣ୍ଡିଖୋଲ ସ୍ଥିତ ଶାନ୍ତି ମଣ୍ଡପ ଠାରେ ଏଚ୍ ଡି ଏଫ୍ ସି ବ୍ୟାଙ୍କ୍ ର ନୂତନ ଗୃହ ଉଦ୍ଘାଟନ ହୋଇଛି। ଏହି ବ୍ୟାଙ୍କ ପୂର୍ବରୁ ମିଲତନଗର ନିକଟସ୍ଥ (ରେଳ ପୋଲ) ପାଖରେ ଥିଲା । ଏହି ଉଦ୍ଘାଟନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଅମ୍ବର୍ କୁମାର କର ଯୋଗଦେଇ ଫିତା କାଟି ଉଦ୍ଘାଟନ କରିଥିଲେ।ଏହି ଅବସରରେ ଶ୍ରୀଯୁକ୍ତ କର କହିଛନ୍ତି ରାଜ୍ୟର ଆର୍ଥିକ ବିକାଶରେ ବ୍ୟାଙ୍କ ଗୁଡ଼ିକର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ। ଏହି ବ୍ୟାଙ୍କ ଜନସାଧାରଣ ମାନଙ୍କ ଆର୍ଥିକ ଉନ୍ନତି କରିବାରେ ମଧ୍ୟ ସହାୟକ ହେଉଛି। ଏହି ବ୍ୟାଙ୍କରେ ଲକର ବ୍ୟବସ୍ଥା ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଜ୍ଞାନ କୌଶଳରେ ଉନ୍ନତମାନର ସେବା ପ୍ରତେକ ଗ୍ରାହକ ପାଇବେ ବୋଲି ଆଶା କରାଯାଇପାରେ। ବିଶିଷ୍ଟ ବକ୍ତା ଭାବେ ବ୍ୟାଙ୍କର ଆଞ୍ଚଳିକ ମୂଖ୍ୟ ସଂଗ୍ରାମ ଅଜିତାଭ ଦାସ ଯୋଗଦେଇ ଭାରତରେ ଦ୍ଵିତୀୟ ବୃହତ୍ତମ ବ୍ୟାଙ୍କ୍ ଭାବରେ ଏଚ୍ ଡି ଏଫ୍ ସି ବ୍ୟାଙ୍କ୍ ଗ୍ରାହକ ମାନଙ୍କୁ ବୈଷୟିକ ଜ୍ଞାନ କୌଶଳରେ ଉନ୍ନତ ସେବା ଯୋଗାଇଦେଉଛି ଓ କର୍ମଚାରୀ ମାନଙ୍କ ଉତ୍ତମ ବ୍ୟବହାର ଯୋଗୁ ବ୍ୟାଙ୍କ୍ କୋଟି କୋଟି ଗ୍ରାହକଙ୍କ ପ୍ରିୟପାତ୍ର ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ଦିଲ୍ଲୀପ କୁମାର ଚୌଧୂରୀ, ଶାଖା ପରିଚାଳକ ସନ୍ତୋଷ କୁମାର ନନ୍ଦ,ଅନ୍ୟ ମାନଙ୍କ ମଧ୍ୟରେ ବ୍ୟକ୍ତିଗତ ବ୍ୟାଙ୍କର୍ ମୋହନ ଚନ୍ଦ୍ର ସାହୁ, ସୁରେନ୍ଦ୍ର କୁମାର ମହାରଣା, ରଶ୍ମିତା ପଣ୍ଡା, କୋଷାଧ୍ୟକ୍ଷ ଅଭିଳାଷ ଦାସ,କର୍ମଚାରୀ ସ୍ମୃତିସ୍ନିଗ୍ଧା ଜେନାମଣି, ଟେଲର – ସ୍ୱପ୍ନାରାଣୀ ପଣ୍ଡା, ସ୍ୱର୍ଣ୍ଣପ୍ରଭା ଖୁଣ୍ଟିଆ, ସୁନିତା ମିଶ୍ର, ସତ୍ୟଜିତ ଦାସ, ଉମର ଫାରୁକ୍ ମହମ୍ମଦ, ମାନସ କୁମାର ବେହେରା, ପ୍ରଦ୍ମ୍ୟୁନ ରାଜ୍, ରେଣୁଲତାଗିରି, ମନୋରମା ସାହୁ, ସୁମନ୍ତ କୁମାର ନାୟକ , ପ୍ରଦୀପ ସାହୁ ହାଡିବନ୍ଧୁ ସାହୁ, ପ୍ରମୁଖ ଯୋଗଦେଇଥିଲ। ଏହି ଅବସରରେ ମୂଖ୍ୟ ଅତିଥି ନୂତନ ଏ ଟି ଏମ୍ ବ୍ୟବସ୍ଥା, ଉଦ୍ଘାଟନ କରିବା ସହିତ ତୁଳସୀ ସ୍ଵୟଂ ସହାୟିକା ଗୋଷ୍ଠୀ ଓ ମହାଲକ୍ଷ୍ମୀ ସ୍ଵୟଂ ସହାୟିକା ଗୋଷ୍ଠୀ ଗୋଷ୍ଟିକୁ ଋଣ ଅର୍ଥ ପ୍ରଦାନ କରିବା ସହିତ ଜଣକୁ କାର ଚାବି ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.