ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଜପୁର ଜିଲ୍ଲା ନ୍ୟାୟାଳୟର ତତ୍ତ୍ଵାବଧାନରେ ‘ନାବାଳିକା ସୁରକ୍ଷା: ଭାରତରେ ଝିଅ ପାଇଁ ଏକ ନିରାପଦ ଓ ସାହାଯ୍ୟକାରୀ ପରିବେଶ ନିର୍ମାଣ’ ଶୀର୍ଷକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଚାରପତି ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ପରିଷଦ ସମ୍ମିଳନୀକକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାରେ ନାବାଳିକାମାନେ ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ନାବାଳିକା ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ବୀଣାପାଣି ତାଣ୍ଡି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରମୋଦ କିଶୋର ଆଚାର୍ଯ୍ୟ, ଅଧ୍ଯକ୍ଷ, ଶିଶୁ କଲ୍ୟାଣ ସମିତି, କଟକ ଓ ଶିଶୁ କଲ୍ୟାଣ ସମିତି, କଟକ ର ପୂର୍ବତନ ଅଧ୍ୟକ୍ଷ ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତି ଅଂଶଗ୍ରହଣ କରିବା ସହ ଝିଅମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ସମ୍ପର୍କିତ ଆଇନ ଓ ପ୍ରକ୍ରିୟାଗତ ଚ୍ୟାଲେଞ୍ଜ ଉପରେ ଥିବା ବିଭିନ୍ନ ବିଷୟ ଉପରେ ଉପସ୍ଥିତ ଲୋକମାନଙ୍କୁ ସଚେତନ କରିଥିଲେ । ଅତିରିକ୍ତ ପୁଲିସ ଅଧୀକ୍ଷକ ଶ୍ରୀମତୀ ପୁଷ୍ପଲତା ବାରିକ, ଏହି ଶିଶୁ ଆଇନ୍କୁ କଡାକଡି ପାଳନା କରିବାପାଇଁ ସେ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ଶ୍ରୀଯୁକ୍ତ ବିଶେଶ୍ବର ବିଶ୍ବପ୍ରକାଶ ରୟ ବିଭିନ୍ନ ଶିଶୁ ସମ୍ପର୍କିତ ସମସ୍ୟାର ସମାଧାନ ଉଦାହରଣ ଦ୍ବାରା ବୁଝାଇଥିଲେ ଓ ଏହାକୁ ସୁଚାରୁ ରୂପେ ପାଳନ କରିବା ପାଇଁ ପୋଲିସ ଓ ଶିଶୁ ସମ୍ପର୍କିତ ଆଇନ ସହିତ ଜଡିତ ଥିବା ବାକ୍ତି ମାନଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲା ନ୍ୟାୟାଳୟର ରେଜିଷ୍ଟ୍ରାର-କମ-ପ୍ରିନସିପାଲ ମାଜିଷ୍ଟ୍ରେଟ ମାନସ ରଞ୍ଜନ ସାମନ୍ତରାୟ ଶିଶୁ ସମ୍ପର୍କିତ ଆଇନରେ ଥିବା ନିୟମ ଉପରେ ଆଲୋକପାତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ଡିଇଓ, ଶିଶୁ କଲ୍ୟାଣ ସମିତିର ଅଧ୍ଯକ୍ଷ, ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ଓକିଲ ସଂଘର ସଦସ୍ୟ, ନାବାଳିକା ନ୍ୟାୟ ବୋର୍ଡର ସଦସ୍ୟ, ଶିଶୁ କଲ୍ୟାଣ ସମିତିର ସଦସ୍ୟ, ଜିଲ୍ଲା ନ୍ୟାୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ନ୍ୟାୟାଳୟର ସେକ୍ରେଟାରୀ, ଆଇନ ସେବା ପ୍ରାଧିକରଣ ଲିପା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.