ଯାଜପୁର ଜିଲ୍ଲା ଧର୍ମଶାଳା ରାଜନୀତିରେ ନୂଆ ଚିତ୍ର ସାମ୍ନା କୁ ଆସିଛି। ବ୍ଲକ ର ଅଧ୍ୟକ୍ଷ ଥିବା ପ୍ରଭାତ ବଳବନ୍ତରାୟ ବ୍ୟକ୍ତିଗତ କାରଣ ରୁ ଇସ୍ତଫା ଦେଇଥିବା ନେଇ ଧର୍ମଶାଳା ବିଡିଓ ଙ୍କୁ ଚିଠି ଲେଖି ଜଣାଇଛନ୍ତି। 45 ପଂଚାୟତ ବିଶିଷ୍ଟ ଧର୍ମଶାଳା ବ୍ଲକ୍ ବିଜେଡି ଦଖଲ ରେ ରହିଥିବା ବେଳେ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଭାଇ ପ୍ରଭାତ ବଳବନ୍ତରାୟ ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟକ୍ଷ ଥିଲେ। ତେବେ ରାଜ୍ଯ ରେ ନୂଆ ସରକାର ଆସିବା ପରେ ମଧ୍ୟ ପ୍ରଭାତ ଇସ୍ତଫା ଦେଇ ନଥିଲେ। ତେବେ ପ୍ରଭାତ ସରକାରୀ କାର୍ଯ୍ୟରେ ସହଯୋଗ କରି ନଥିବାରୁ ଉନ୍ନୟନକାର୍ଯ୍ୟ ବାଧା ପ୍ରାପ୍ତ ହେଉଛି ବୋଲି ଗତ 11 ତାରିଖ ରେ ଧର୍ମଶାଳା ବ୍ଲକ ର 38 ଜଣ ସରପଞ୍ଚ ସମିତି ସଭ୍ୟ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଯାଜପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବାଥିଲେ । ପରେ ଆଜି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସରପଞ୍ଚ ସମିତି ସଭ୍ୟ ମାନଙ୍କର ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ଥିଲା। ତେବେ ପ୍ରଭାତ ବଳବନ୍ତରାୟ 2017- ରୁ 2022 ବର୍ତ୍ତମାନ ବ୍ଲକ ଅଧ୍ୟକ୍ଷ ଥିଲେ। ଆସନ୍ତା 22 ତାରିଖରେ ଅନାସ୍ଥା ସମ୍ପର୍କରେ ଆଲୋଚନା ହେବା ପାଇଁ ଚିଠି ମଧ୍ୟ ଜାରି କରାଯାଇଥିଲା। ତେବେ ଅନାସ୍ଥା ହେବା ପୂର୍ବରୁ ଅଧ୍ୟକ୍ଷ ଇସ୍ତଫା ଦେବା ଧର୍ମଶାଳା ରାଜନୀତିକୁ ଉଷ୍ମ କରିଛି।ପ୍ରଭାତ 2017 ମସିହାରେ ଭବାନୀପୁର ପଂଚାୟତ ରୁ ସମିତି ସଭ୍ୟ ଓ ପରେ କୁମାରୀ ପଂଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଅଧ୍ୟକ୍ଷ ପଦ ହାତେଇ ଥିଲେ। ତେବେ ରାଜନୀତି ରେ ନୂଆ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏହି ଗୋଟି ଚଳାଇବାରେ ଏକ ପ୍ରକାର ସଫଳ ହୋଇଛନ୍ତି ବୋଲି କୁହା ଯାଇପାରେ।
Sign in
Sign in
Recover your password.
A password will be e-mailed to you.