୨୨।୮ ଧର୍ମଶାଳା ଭାଜପା ପକ୍ଷରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦୀର୍ଘ ୩୦ ବର୍ଷ ହେବ କଳ୍ପତରୁ ଦାସଙ୍କ ପରିବାର ଦଖଲ କରି ରଖିଥିଲା । ଗତ ସାଧାରଣ ନିର୍ବାଚନରେ ତାଙ୍କ ପୁତ୍ର ପ୍ରଣବ ବଳବନ୍ତ ରାୟଙ୍କୁ ପରାସ୍ତ କରି ବିଧାୟକ ହିମାଂଶୁ ଶେଖର ସାହୁ ରାଜନୈତିକ ପଟ୍ଟ ପରିବର୍ତ୍ତନ କରିଥିଲେ । ଚଳିତ ମାସ ୧୧ ତାରିଖରେ ଧର୍ମଶାଳା ବ୍ଲକର ୪୫ ଗୋଟି ପଞ୍ଚାୟତର ୩୮ ରୁ ଉର୍ଦ୍ଧ୍ବ ସରପଞ୍ଚ ଓ ସମିତିସଭ୍ୟ ବ୍ଲକ୍ ଅଧ୍ୟକ୍ଷ ତଥା ପ୍ରଣବ ବଳବନ୍ତଙ୍କ ଭାଇ ପ୍ରଭାତ ବଳବନ୍ତ ରାୟଙ୍କ ବିରୁଦ୍ଧରେ ଅନାସ୍ଥା ଆଣି ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ । ଗତ ୧୪ ତାରିଖ ଉପ ଜିଲ୍ଲାପାଳଙ୍କ ନିକଟରେ ଦସ୍ତଖତ ମଧ୍ୟ ଯାଞ୍ଚ ହୋଇଥିବା ବେଳେ ୨୨ ତାରିଖ ଅନାସ୍ଥା ଭୋଟ ଲାଗି ତାରିଖ ଧାର୍ଯ୍ୟ ହୋଇଥିଲା । ହେଲେ ଅନାସ୍ଥାରେ ନିଜର ପରାଜୟ ନିଶ୍ଚିତ ଜାଣିପାରି ଗତ ୨୦ ତାରିଖ ପ୍ରଭାତ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହି ଅବସରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ପୁନର୍ବାର ଧର୍ମଶାଳା ବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହିତ ଶୁକ୍ରବାର ଚଣ୍ଡୀଖୋଲ ଠାରୁ ଜାରକା ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍ ଶୋଭାଯାତ୍ରାର ଆୟୋଜନ କରିଥିଲେ । ପ୍ରବଳ ବର୍ଷା ସତ୍ତ୍ୱେ ୧୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା । ଜାରକା ପଡ଼ିଆ ନିକଟରେ ଗାଁ ଗହଳିରୁ ସ୍ୱେଚ୍ଛାକୃତ ଭାବେ ଆସିଥିବା ଲୋକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରବିନାରାୟଣ ବେହେରା ଯୋଗଦେଇ ଧର୍ମଶାଳାର ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଭାଜପା ଜିଲ୍ଲା ସଭାନେତ୍ରୀ ଦେବଜାନୀ ପ୍ରଧାନ ଯୋଗଦେଇ ଧର୍ମଶାଳା ବାସୀଙ୍କ ବିଜେଡ଼ି ବିରୋଧୀ ଆଭିମୁଖ୍ୟକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସମଗ୍ର ଯାଜପୁର ଜିଲ୍ଲାରେ ଧର୍ମଶାଳା ଉଦାହରଣ ସୃଷ୍ଟି କରିବ ବୋଲି ନିଜର ମତବ୍ୟକ୍ତ କରିଥିଲେ । ବିଧାୟକ ହିମାଂଶୁ ସାହୁ କଳ୍ପତରୁ ଦାସ ଏବଂ ତାଙ୍କ ପରେ ପୁଅ ପ୍ରଣବ ବଳବନ୍ତ ରାୟଙ୍କ ପରିବାରବାଦ୍ ଶାସନରେ କିପରି ଧର୍ମଶାଳା ଶ୍ରୀହୀନ ହୋଇପଡ଼ିଛି ସେ” ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହ ଆଗକୁ କିପରି ଭାଜପା ସରକାରଙ୍କ ଲୋକାଭିମୁଖୀ ଏବଂ ଜନକଲ୍ୟାଣକାରୀ ଯୋଜନାରେ ଲୋକେ ଉପକୃତ ହେବେ ସେ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ତୀର୍ଥରାଜ ପଣ୍ଡା, ଶିବତ୍ସ ଧୀର,ପ୍ରଶାନ୍ତ ନାୟକ,ନେତ୍ରାନନ୍ଦ ପାତ୍ର, ଦେବଦତ୍ତ ପଣ୍ଡା,
ବରିଷ୍ଠ କାର୍ଯ୍ୟକର୍ତ୍ତା, ଚନ୍ଦ୍ରମଣି ପଣ୍ଡିତ,ଉପେନ୍ଦ୍ର କର, ଆଲୋକ ଲେଙ୍କା, ରବୀନ୍ଦ୍ର ବରାଳ,ଯୁବ କାର୍ଯ୍ୟକର୍ତ୍ତା ରାଜେଶ ପାଳ, ବିଶ୍ୱଜିତ ପୃଷ୍ଟି, ରମେଶ ବେହେରା ଅଭିଷେକ ରାଉତ …..

Sign in
Sign in
Recover your password.
A password will be e-mailed to you.
Next Post