ଗୋଟାଏ କୋକେଇ ରେ ବୁହା ହେଲେ ଜେଜେ ଓ ନାତୁଣୀ ଶବ

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିକ୍ରମତିରଣ ପଞ୍ଚାୟତ ଗୋବଣ୍ଡିଆ ଗ୍ରାମରେ ଦେଖିବାକୁ ମିଳିଛି l ଦେବେନ୍ଦ୍ର ପରମାଣିକଙ୍କ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ଅଙ୍କିତା ପ୍ରିୟଦର୍ଶିନୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡି ଦେଇଥିଲା, ଅଙ୍କିତା ଏହା ଜାଣି ପାରି ପରିବାର ଲୋକଙ୍କୁ ଜଣାଇବା ପରେ ଚିକିତ୍ସା ପାଇଁ ପାରିବାର ଲୋକେ ଅଙ୍କିତlଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ l ପରେ ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା l ହେଲେ ଚିକିତ୍ସିତ ଅବସ୍ଥାରେ ଅଙ୍କିତlର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ ଡାକ୍ତର l ନାତୁଣୀର ମୃତ୍ୟୁ ଶରୀର ଘରକୁ ଫେରୁଥିବା ଖବର ପାଇ ଜେଜେ ବାବାଜୀ ପରିମାଣିକ ହୃଦଘାତ ରେ ଅଚେତ ହୋଇଯାଇଥିଲେ l ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା l ପରେ ଉଭୟଙ୍କ ମର ଶରୀର ନିଜ ବାସଭବନରେ ପହଞ୍ଚିବା ପରେ ଏକ ଶୋକର ବାତାବରଣ ସୃଷ୍ଟି ହୋଇଥିଲା l ଗାଁ ଶ୍ମଶାନରେ ଉଭୟଙ୍କ ସବ ସତ୍କାର କରାଯାଇଥିଲା
ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ

Leave A Reply

Your email address will not be published.