ରାସ୍ତାର ଉନ୍ନତିକରଣ ନିମନ୍ତେ ଭିନ୍ନ ଭିନ୍ନ ପାଞ୍ଚଟି ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ

ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।

ଧାମନଗର ବ୍ଲକ ରେ ବିଭିନ୍ନ ସ୍ଥାନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ କରକମଳରେ ରାସ୍ତାର ଉନ୍ନତି କରଣ ନିମନ୍ତେ ଭିତ୍ତପ୍ରସ୍ତର ସ୍ତାପେନ କରାଯାଇଛି।ପ୍ରଥମେ ମଙ୍ଗଳପୁର ଠାରୁ ବିଲଣା ରାସ୍ତା ରାସ୍ତାର ଉନ୍ନତି କରଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହିତ ଉକ୍ତ ରାସ୍ତାଟି ଲୁଣିଆ ଗୁଳିକାଣ୍ଡରେ ସହିଦ ହୋଇଥିବା ସଂଗ୍ରାମୀଙ୍କ ନାମରେ ଉତ୍ସର୍ଗୀକୃତ କରାଯାଇ ସହିଦ ମାର୍ଗରେ ନାମକରଣ କରିଥିଲେ।ପରେ କଲ୍ୟାଣୀ ଠାରେ ତିନି ନମ୍ବର୍ ଓ ଚାରିନମ୍ବର୍ କେନାଲ ବନ୍ଧର ଡାହାଣ ପାର୍ଶ୍ଵରେ କଲ୍ୟାଣୀରୁ ନସଲାପୂର୍ ରାସ୍ତାର ଶିଳାନ୍ୟାସ କରିଥିଲେ।ସେହିପରି ପର୍ତ୍ତୁ ବିଭାଗ ରାସ୍ତାଠାରୁ ପଳିକିରି ରାସ୍ତା,ସହିଦ ଜାଫର ଠାରୁ ଫଳପୂର୍ ରାସ୍ତା,ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଇଛଦା ମିଯାହାରପୁର ରାସ୍ତାର ଶିଳାନ୍ୟାସ କରିଥିଲେ।ଏହି ଶିଳାନ୍ୟାସ ସମୟରେ ଉପସ୍ଥିତ ଥିଲେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଶହ ଶହ କର୍ମୀ ଓ ଗ୍ରାମବାସୀ ଙ୍କ ଗହଣ ରେ ଏହି ଭିତ୍ତିପ୍ରସ୍ତର ପର୍ବ ପାଳନ ହୋଇଥିବା ବେଳେ ମନ୍ତ୍ରୀଙ୍କୁ ଉଛସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Leave A Reply

Your email address will not be published.