ରାଷ୍ଟ୍ରୀୟ ସ୍ଵୟଂସେବକ ଛତିଆ ବଟ ପ୍ରଭାତ ଶାଖା ପକ୍ଷରୁ ସଂଘର ଶତାବ୍ଦୀ ବର୍ଷ ପାଳନ ଅନୁଷ୍ଠିତ।

ସଙ୍ଗଠନରୁ ରାଷ୍ଟ୍ର ଗଠନ – RSS ଶତାବ୍ଦୀ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (RSS) ଏହି ବର୍ଷରୁ ତାହାର ଶତାବ୍ଦୀ ବର୍ଷରେ ପ୍ରବେଶ କରିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାମ୍ଭୀର୍ୟ ଓ ଉତ୍ସାହର ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ୧୯୨୫ ମସିହାରେ ଡା. କେଶବ ବଳିରାମ ହେଡ଼ଗେୱାରଙ୍କ ଦ୍ୱାରା ସ୍ଥାପିତ ସଂଘ ୧୦୦ ବର୍ଷର ସେବା, ସଙ୍ଗଠନ ଓ ସମାଜୀକ ଜାଗରଣରେ ଆଜି ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି।ଶତାବ୍ଦୀ ବର୍ଷ ପାଳନ ଅବସରରେ ଦେଶ ଭରି ଶାଖା ସମାବେଶ, ସ୍ୱୟଂସେବକ ସଭା, ବିଶେଷ ସେବା କାର୍ଯ୍ୟ, ପ୍ରଦର୍ଶନୀ ଆଦି କାର୍ଯ୍ୟକ୍ରମ ହେଉଛି। ସଂଘର ପ୍ରାଚୀନ ସ୍ମୃତି, ତ୍ୟାଗ ଓ ଦେଶପ୍ରେମର ଗାଥାକୁ ନୂଆ ପିଢ଼ୀଙ୍କୁ ପରିଚୟ କରାଇବା ହେଉଛି ଏହି ପାଳନର ପ୍ରଧାନ ଉଦ୍ଦେଶ୍ୟ।
ଏହା ସହିତ, ଗ୍ରାମ ଉନ୍ନତି, ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ ସୁରକ୍ଷା ଓ ସ୍ୱଦେଶୀ ପ୍ରଚାର ଭଳି ବିଭିନ୍ନ ସେବା ପ୍ରକଳ୍ପ ଶତାବ୍ଦୀ ବର୍ଷରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ଯାଜପୁର ଜିଲ୍ଲା ଛତିଆ ବଟ ପ୍ରଭାତ ଶାଖା ପକ୍ଷରୁ ଅମରାବତୀ କଲ୍ୟାଣ ମଣ୍ଡପ ଠାରେ ସଂଘ ଶତାବ୍ଦୀ ପାଳିତ ହୋଇଛି। ପ୍ରାକ୍ତନ ଶିକ୍ଷାବିତ୍ ନିତ୍ୟାନନ୍ଦ ପ୍ରଧାନ ଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିନୟ ଭାଇ ତଥା ସମ୍ମାନୀତ ଅତିଥି ଭାବେ ଯାଜପୁର ଜିଲ୍ଲା କର୍ଯ୍ୟବହ ବଟକୃଷ୍ଣ ଜେନା ଙ୍କ ଅଞ୍ଚଳର ବିଭିନ୍ନ ବର୍ଗର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ସହ ସହସ୍ରାଧିକ ସ୍ୱୟଂସେବକଙ୍କ ସହଭାଗୀତା ଦେଖା ଦେଇ ଥିଲା। ସଂଘର କାର୍ଯ୍ୟବାହକଙ୍କ କହିବା ଅନୁସାରେ, ଶତାବ୍ଦୀ ବର୍ଷ କେବଳ ସଂଘର ଏକ ପାଳନ ନୁହେଁ, ବରଂ *“ସଙ୍ଗଠନରୁ ରାଷ୍ଟ୍ର ଗଠନ”*ର ଆହ୍ୱାନକୁ ଦୃଢ଼ କରିବାର ଏକ ସୁଯୋଗ।
https://youtu.be/MVjJxcNt5ig?si=qrlgmaZdEECTI_Od

Leave A Reply

Your email address will not be published.