ମହାରାଷ୍ଟ୍ର ପୋଲିସର ଏକ ସ୍ୱତନ୍ତ୍ର ଟିମ ଓଡ଼ିଶା ପୋଲିସ ମୁଖ୍ୟାଳୟରେ

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ ନୋଟ

ମହାରାଷ୍ଟ୍ର ପୋଲିସର ଏକ ସ୍ୱତନ୍ତ୍ର ଟିମ ଓଡ଼ିଶା ପୋଲିସ ମୁଖ୍ୟାଳୟ, କଟକକୁ ଗସ୍ତ କରି ଓଡ଼ିଶା ପୋଲିସ ଦ୍ୱାରା ବିକଶିତ ଏବଂ ସଫଳ ଭାବରେ ରୂପାୟିତ ହୋଇଥିବା ଉନ୍ନତ ବୈଷୟିକ ଜ୍ଞାନ କୌଶଳର ପ୍ରୟାସ ସମ୍ପର୍କରେ ଅଧ୍ୟୟନ କରିଛନ୍ତି।
ବିଭିନ୍ନ ଡିଜିଟାଲ୍ ମଡ୍ୟୁଲ୍‌ର ସୁପରିଚାଳନା, ଏବଂ ଉପକାରିତା, ପୋଲିସ ପ୍ରଶାସନ ଏହାର ଭୁମିକା, କାର୍ଯ୍ୟକୁଶଳତା, ପାରଦର୍ଶିତା ଓ ତଥ୍ୟ-ଆଧାରିତ ସମ୍ପର୍କରେ ମହାରାଷ୍ଟ୍ର ପୋଲିସ ଟିମ ଜ୍ଞାନ ଆରୋହଣ କରିଛନ୍ତି ।
ଆର୍ମସ୍ ଏବଂ ଆମୁନିସନ୍ ଇନଭେଣ୍ଟରି ମଡ୍ୟୁଲ୍ (AAIMS):
ଏହି ମଡ୍ୟୁଲ୍ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ତତ ସମ୍ପର୍କିତ ସାମଗ୍ରୀର ପରିଚାଳନା, ନିରୀକ୍ଷଣ ଓ ଦାୟିତ୍ୱକୁ ସୁପରିଚାଳନା କରିଥାଏ । ଏହି ମଡ଼୍ୟୁଲ ଦ୍ୱାରା ନିରୀକ୍ଷଣ ଓ ଦକ୍ଷ ଇନଭେଣ୍ଟରି ପରିଚାଳନା କାର୍ଯ୍ୟ ସଠିକ ଭାବେ ସମ୍ପାଦିତ ହୋଇଥାଏ।
ଆଭ୍ୟନ୍ତରୀଣ ପୋଲିସ ଅଡିଟ୍ ସିଷ୍ଟମ୍:
ଏକ ଆଧୁନିକ ଡିଜିଟାଲ୍ ସିଷ୍ଟମ୍ ଯାହା ସମ୍ପୂର୍ଣ୍ଣ ଅଡିଟ୍ ବ୍ୟବସ୍ଥାକୁ ଡିଜିଟାଇଜ୍ ଓ ସୁବ୍ୟବସ୍ଥିତ କରୁଛି। ଏହା ବିଭିନ୍ନ ସଂସ୍ଥା ପାଇଁ ବାର୍ଷିକ ଅଡିଟ୍ ପ୍ଲାନ୍ ସୃଷ୍ଟି କରିବାର ସୁବିଧା ପ୍ରଦାନ କରିଥାଏ । ଅଡିଟ୍ ସମାପ୍ତି ପରେ ଏହା ଡିଜିଟାଲ୍ ରିପୋର୍ଟ ତିଆରି କରି ସମ୍ବନ୍ଧିତ ୟୁନିଟ୍‌ଗୁଡ଼ିକୁ ପଠାଇବା ସହ ରିପୋର୍ଟକୁ ବିଭକ୍ତ କରିବା ସହ ସମୀକ୍ଷା ପାଇଁ ମୁଖ୍ୟାଳୟ ଅଡିଟ୍ ଟିମ୍‌କୁ ପଠାଯାଇଥାଏ ।
ASUMP ପାଇଁ ସେଣ୍ଟ୍ରାଲ୍ ମନିଟରିଂ ଇନଫରମେସନ୍ ସିଷ୍ଟମ୍:
ଏହି ମଡ୍ୟୁଲ୍ “Assistance to States for Upgradation of Police Infrastructure (ASUMP)” ର ନିରୀକ୍ଷଣ ପାଇଁ ଏକ ପ୍ଲାଟଫର୍ମ ଯୋଗାଇଥାଏ। ପାରଦର୍ଶିତା, ନିୟମ ଅନୁଯାୟୀ ଓ ଦକ୍ଷ ପରିଚାଳନାକୁ ଯଥାସମୟରେ ସଠିକ ସମୟରେ ତଥ୍ୟକୁ ନିରୀକ୍ଷଣ ଓ ବିଶ୍ଳେଷଣ ମାଧ୍ୟମରେ ସୁନିଶ୍ଚିତ କରେ।

ମୋଟର ଯାନ ଫ୍ଲିଟ୍ ଓ ସରକାରୀ ସମ୍ପତ୍ତି ଷ୍ଟୋର:-
ଓଡ଼ିଶା ପୋଲିସ ମୋଟର ଯାନ ଫ୍ଲିଟ୍ ଓ ସରକାରୀ ସମ୍ପତ୍ତି ଷ୍ଟୋର ପାଇଁ ସ୍ୱତନ୍ତ୍ର ଇନଭେଣ୍ଟରି ମେନେଜମେଣ୍ଟ ମଡ୍ୟୁଲ୍ ଶୁଭାରମ୍ଭ କରିଛି, ଯାହାର ସଠିକ ବ୍ୟବହାର ଓ ସୁପରିଚାଳନା ଦ୍ୱାରା ସମନ୍ୱୟ ସୁନିଶ୍ଚିତ ହୋଇଥାଏ। ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (HRPC) ଶ୍ରୀ ଯତିନ୍ଦ୍ର କୋୟଲ୍, ଡେପୁଟି କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ମହାରାଷ୍ଟ୍ର ପୋଲିସ ଦଳକୁ ଏହି ପ୍ରଣାଳୀଗୁଡ଼ିକର ଡିଜାଇନ୍, ବିକାଶ ଓ କାର୍ଯ୍ୟପ୍ରଣାଳୀ ବିଷୟରେ ବିସ୍ତୃତ ଭାବେ ଅବଗତ କରିଥିଲେ। ଓଡ଼ିଶା ପୋଲିସର ପ୍ରଯୁକ୍ତି ବିଦ୍ୟାର ବ୍ୟବହାରିକତାକୁ ମହାରାଷ୍ଟ୍ର ପୋଲିସ ଦଳ ସ୍ୱାଗତ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ।
ତଥ୍ୟର ଡିଜିଟାଇଜେସନ ଦ୍ୱାରା ଓଡ଼ିଶା ପୋଲିସ ପାରଦର୍ଶିତା, ଦାୟିତ୍ୱବୋଧତା ଓ କାର୍ଯ୍ୟକୁଶଳତାକୁ ତ୍ୱରାନ୍ୱିତ କରୁଛି ।

Leave A Reply

Your email address will not be published.