ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

Bike rider killed in tragic road accident near Dhamnagar

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ।

ଆଜି ରାତି ପାଖାପାଖି ୯.୨୦ ସମୟରେ ଧାମନଗର-ଚୂଡ଼ାକୁଟି ରାସ୍ତାର ରାପିତା ନିକଟରେଏକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଏବଂ ଜଣେ ଗୁରୁତର ଥିବା ସୂଚନା ମିଳିଛି।.ସୂଚନା ଅନୁସାରେ ଗଦାଧର ଜେନାଙ୍କ ପୁଅ ଦକ୍ଷିଣବାଡ଼ ଗ୍ରାମର ଚନ୍ଦନ ଜେନା ଏବଂ ଦଶନ୍ଧିକୁଳ ଗ୍ରାମର ସ୍ମୃତିରଞ୍ଜନ ଜେନା ଏକ ବାଇକ ଯୋଗେ ଧାମନଗର ରୁ ଚୂଡ଼ାକୁଟି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛ ସହିତ ଧକ୍କା ହୋଇଥିଲା,ଏହା ଦେଖି ପଥଚାରି ମାନେ ତୁରନ୍ତ ଥାନାକୁ ଜଣାଇବା ପରେ ପିସିଆର ଭେନ୍ ତୁରନ୍ତ ଦୁଇ ଯୁବକ ଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ.।ସେଠାରେ କାର୍ଯ୍ୟରତ ଡାକ୍ତର ଦକ୍ଷିଣବାଡ଼ ଗ୍ରାମର ଚନ୍ଦନ ଜେନାଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ବନ୍ଧୁ ସ୍ମୃତିରଞ୍ଜନ ଜେନାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ

Leave A Reply

Your email address will not be published.