ମାନ୍ୟବର ଯସ୍ବଶୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ସବକା ସାଥ୍ ସବକା ବିକାଶ କଥା କହୁଛନ୍ତି ।ଗତ ତା ୧୧.୧୦.୨୦୨୫ରିଖରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ (IARI) ର ଏକ ସ୍ଵତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗଦେଇ ଭାରତର ପଶୁ ସମ୍ପଦ କ୍ଷେତ୍ର ପାଇଁ ଆଜି ଏକ ଐତିହାସିକ ମୂହୁର୍ତ୍ତ ଆରମ୍ଭ ହେବାକୁ ଯାଉଛି ବୋଲି କହିଛନ୍ତି ।୯୪୭ କୋଟି ଟଙ୍କାର ୧୬ ଟି ପ୍ରମୁଖ ପଶୁ ପାଳନ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରିବା ସହିତ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତିି । ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ୩୮୦୦୦ ମୈତ୍ରୀ (MAITRIS) ବହୁମୁଖୀ AI ଟେକ୍ନିସିଆନ ମାନଙ୍କୁ ସଫଳତା ମାଇଲଖୁଣ୍ଟ ସ୍ଵୀକୃତି ପତ୍ର ପ୍ରଦାନ କରିଛନ୍ତି ।ମାତ୍ର ତୃଣମୂଳ ସ୍ତରରେ ଏହାର ଏକ ବଡ଼ ବ୍ୟତିକ୍ରମ ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପ୍ରାଣୀ ସମ୍ପଦ ବିଭାଗୀୟ ପ୍ରଶାସନ କ୍ଷେତ୍ରରେ । ଏଠାରେ ନିୟୋଜିତ ମୈତ୍ରୀ ମାନଙ୍କୁ ସଂପୂର୍ଣ୍ଣ ଅଣଦେଖା ଓ ଅସହଯୋଗ କରାଯାଉଅଛି । ପଶୁ ଚିକିତ୍ସା ସହାୟକ ସର୍ଜନ (VAS) ମାନେ ରିତିମତ ମୈତ୍ରୀ ମାନଙ୍କର କାର୍ଯ୍ୟ ଓ ଦକ୍ଷତା କୁ କାଗଜ କଲମରେ ଲୁଟୁଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୋୖଣସି ସୁଫଳ ମିଳିନଥିବା ମୈତ୍ରୀମାନେ ଅଭିଯୋଗ କରିଛନ୍ତି l ଆଗକୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହେବାକୁ ଯାଉଛି।ଏଣୁ ଗଣମାଧ୍ୟମ ଜରିଆରେ ବ୍ଲକ ର ସମସ୍ତ ମୈତ୍ରୀମାନେ ବଡ଼ଚଣାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର ନାୟକ ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସମସ୍ତ CDVO , BVO,VAS ମାନଙ୍କୁ ହୋଇଥିବା ବିଭାଗୀୟ ଚିଠି 1062/OLRDS Dt 20.03.2025 କୁ ତୁରନ୍ତ କାର୍ଯ୍ୟକାରୀ କରି ସେମାନଙ୍କୁ ସହଯୋଗ ଓ ନ୍ୟାୟ ପ୍ରଦାନ କରିବାକୁ ବିନମ୍ର ନିବେଦନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.