ପିପିଲି ତହସିଲ ଅନ୍ତର୍ଗତ ବଣ୍ଟାଲସିଂ ରେଭେନ୍ୟୁ ଇନ୍ସପେକ୍ଟର ଲାଞ୍ଚ ସହ ଧରାପଡ଼ିଲେ

ପ୍ରତି କେସ୍ ପିଛା ୧୫ ହଜାର ଲାଞ୍ଚ ଚାହାଁଥିଲେ

ତାରିଖ – ୦୪.୧୧.୨୦୨୫ ପୁରୀ ଜିଲ୍ଲାର ପିପିଲି ତହସିଲ ଅଧୀନତା ବଣ୍ଟାଲସିଂ ରେଭେନ୍ୟୁ ଇନ୍ସପେକ୍ଟର ଜୀବନ କୃଷ୍ଣ ପରିଡା କୁ ଆଜି ଓଡ଼ିଶା ଭିଜିଲାନ୍ସ ଦଳ ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରିଛି। ବିଶେଷ ସୂତ୍ର ଅନୁଯାୟୀ, ଚାଷୀଙ୍କ ୬ଟି ଜାଗା ମାନଙ୍କ ଜମି ମ୍ୟୁଟେସନ୍ କେସ୍ ପ୍ରକ୍ରିୟା କରିବା ପାଇଁ ମୋଟ ୯୦ ହଜାର ଟଙ୍କା ଓ ପ୍ରତି କେସ୍ ପିଛା ୧୫ ହଜାର ଲାଞ୍ଚ ଚାହାଁଥିଲେ ,RI ପରିଡା। ଅଭିଯୋଗକାରୀ ଲାଞ୍ଚ ଦେଇପାରିବେ ନାହିଁ ବୋଲି କହିଥିବା ପରେ, ଅଭିଯୁକ୍ତ ଲାଞ୍ଚ ମୋଟ ପରିମାଣ ରାଶି କମାଇବା ପାଈ ୬୦ ହଜାର ଟଙ୍କା କରିଥିଲେ। ଅଭିଯୋଗକାରୀ ଏହା ସମ୍ବନ୍ଧରେ ଭିଜିଲାନ୍ସ କୁ ଅଭିଯୋଗ କରିବା ପରେ, ଘଟଣାର ସତ୍ୟତା ଯାଞ୍ଚ ପରେ ଭିଜିଲାନ୍ସ ଟ୍ରାପ୍ ଟିମ୍ ଗଠନ କରିଥିଲା। ଆଜି ଟଙ୍କା ନେଉଥିବା ସମୟରେ RI ପରିଡା ଧରାପଡ଼ିଛନ୍ତି। ତାଙ୍କୁଠାରୁ ସମସ୍ତ ଚିହ୍ନିତ ଲାଞ୍ଚ ରାଶି ୬୦,୦୦୦ ଟଙ୍କା ବରାମଦ ହୋଇଛି। ଏହି ଘଟଣା ପରେ ଭିଜିଲାନ୍ସ ଦଳ ଦ୍ୱାରା ଅଭିଯୁକ୍ତଙ୍କ ଦୁଇଟି ସ୍ଥାନରେ ସମାନ୍ତରାଳ ତଲାଶି ଚାଲିଛି।
ଏହା ସମ୍ବନ୍ଧରେ ଭୁବନେଶ୍ୱର ଭିଜିଲାନ୍ସ ପୋଲିସ ଷ୍ଟେସନ୍ ରେ PC (Amendment) Act, 2018 ର ଧାରା ୭ ଅନୁଯାୟୀ କେସ୍ ରଜିଷ୍ଟର ହୋଇଛି।
ଭିଜିଲାନ୍ସ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି।

ଅଧିକ ବିବରଣୀ ପରେ ସୂଚନା …

Leave A Reply

Your email address will not be published.