ଧର୍ମଶାଳା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆଜି ଧର୍ମଶାଳା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସକାଳୁ ଚହଟା ଗ୍ରାମପଞ୍ଚାୟତ ରେ ପହଞ୍ଚି ଜନସାଧାରଣ ଓ ଯୁବ ସାଥି ମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ

ତତସହିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ତରଫରୁ ଚହଟା ଗ୍ରାମପଞ୍ଚାୟତ ଚହଟା ଗ୍ରାମର ବିଦ୍ୟାଧର ସେଠୀ ପାରାଲିସ୍ ରୋଗରେ ପୀଡିତ ଅଛନ୍ତି ଘରେ କେହି ରୋଜଗାରକ୍ଷମ ବ୍ୟକ୍ତି ନାହାନ୍ତି,ବିନୟ ମଲିକଙ୍କ ର ଆଖି ଅପରେସନ, ରତ୍ନାକର ମଲ୍ଲିକଙ୍କ ର ଟ୍ୟୁମର ଅପରେସନ, କାର୍ତ୍ତିକ ସେଠୀଙ୍କ ର ହାର୍ଟ ଅପରେସନ ପାଇଁ ଅର୍ଥ ବାଧକ ସାଜିଥିଲା, ଅର୍ଚ୍ଚନା ମହାନ୍ତି ପାରାଲିସ୍ ରୋଗରେ ପୀଡିତ ଅଛନ୍ତି, ଶଙ୍କର୍ଷଣ ମହାନ୍ତି କିଡନୀ ରୋଗରେ ପୀଡିତ ଅଛନ୍ତି ଘରେ କେହି ରୋଜଗାରକ୍ଷମ ବ୍ୟକ୍ତି ନାହାନ୍ତି,ଏ ଦୁଃଖଦ ଖବର ପାଇ ଧର୍ମଶାଳାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ସଦସ୍ୟ ମାନେ ଆଜି ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।।
ଉପସ୍ଥିତ ଥିଲେ ଯୁବ ସଂଗଠକ ରାଜେଶ ପାଳ, ଶରତ ଓଝା ଜାରକା ମଣ୍ଡଳ ସଭାପତି ଦେବଦତ୍ତ ପଣ୍ଡା ବାରବାଟୀ ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା ବିଶ୍ୱଜିତ ପୃଷ୍ଟି, ଲୋକନାଥ ମହାନ୍ତି, ରମେଶ ବେହେରା,