କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ କରଞ୍ଜି ପଂଚାୟତର ଗୋଡ଼ଧୂଆ ଛକ ସମିଟିକର ପଡିଆ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ
ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସମାରୋହ ସମାବେଶ ଅନୁଷ୍ଠିତ ହୋଇଯାଇଛି l
ଭାରତରେ ମୁକ୍ତି ସଂଗ୍ରାମରେ ମହାନ୍ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ଅବଦାନ ଅନବଦ୍ୟ ଓ ଅବିସ୍ମରଣୀୟ । ଭାରତର ଚିରସ୍ମରଣୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଶହୀଦ ବିର୍ସାମୁଣ୍ଡା ଅନ୍ୟତମ । ଇଂରେଜ ଶାସନ, କୁସଂସ୍କାର, ଅନ୍ଧବିଶ୍ୱାସ ଓ କ୍ରୀତଦାସ ପ୍ରଥା ବିରୁଦ୍ଧରେ ଜଣେ ଯୋଦ୍ଧା ଭାବେ ଅଦମ୍ୟ ସାହସ ଓ ପ୍ରଶଂସନୀୟ ଉତ୍ସାହର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ବିର୍ସାମୁଣ୍ଡା ।
ଜନଜାତି ସଂପ୍ରଦାୟ ତାଙ୍କୁ ଧରତୀ ଆବା ବା ବିର୍ସା ଭଗବାନ ଆଖ୍ୟା ଦେଇ ସମ୍ମାନ କରି ଆସିଛନ୍ତି ବୋଲି ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ନାରୀ ନେତ୍ରୀ ପୁଷ୍ପା ଦାସ ତାଙ୍କ ବକ୍ତବ୍ୟ ରେ ଭାରତର ମୁକ୍ତି ସଂଗ୍ରାମରେ ବିପ୍ଳବୀ ବିର୍ସାମୁଣ୍ଡା ଓ ଜନଜାତିଙ୍କ ଅବଦାନ ଅତୁଳନୀୟ ଏବଂ ଆଜିର ପିଢ଼ି ବିର୍ସାଙ୍କ ସ୍ୱାଧୀନଚେତା, ନିର୍ଭୀକତା, ସ୍ୱାଭିମାନ ଓ ନିଜ ପରିଚିତିକୁ ନେଇ ଗର୍ବ କରିବାର ସୁଗୁଣଗୁଡ଼ିକୁ ଅନୁକରଣ କରି ନିଜ ଜୀବନରେ ଲଗାଇ ପାରିଲେ ସମାଜର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି କହିଥିଲେ । ଏଥି ସହିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post