ଚୌଦ୍ୱାର ସ୍ଥିତ ଉତ୍କଳ ନ୍ୟୁଜ କାର୍ଯ୍ୟାଳୟ ପରିସରରେ ଉତ୍କଳ ସାମ୍ବାଦିକ ପରିବାର ପକ୍ଷ ରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି | ଗଣମାଧ୍ୟମ ହେଉଛି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ , ଏହି ସ୍ତମ୍ଭ କୁ ମଜୂଭୁତ ରଖିବାକୁ ହେଲେ ଏହାର ମୂଳଦୁଆ ହେଉଛି ବିଶ୍ୱସନୀୟତା | ଗଣମାଧ୍ୟମ ଏପରି ଏକ ଶକ୍ତିଶାଳୀ ମାଧ୍ୟମ ଯାହା ଗଣତନ୍ତ୍ର ର ଅନ୍ୟ ତିନୋଟି ସ୍ତମ୍ଭ ଉପରେ ନଜର ରଖିବା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଆଜି ଉତ୍କଳ ନ୍ୟୁଜ କାର୍ଯ୍ୟାଳୟ ରେ ଆୟୋଜିତ ଜାତୀୟ ପ୍ରେସ ଦିବସ ୨୦୨୫ ପାଳନ ଅବସରରେ ଉପସ୍ଥିତ ଅତିଥି ମାନେ ଏହି ମତପ୍ରକାଶ କରିଛନ୍ତି | ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟାଙ୍ଗି ସାଲେପୁର ବିଜେପି ସଂଗଠକ ହିମାଂଶୁ କୁମାର ମହାନ୍ତି କହିଛନ୍ତି ଯେ “କଲମ କୁ ନାହିଁ ମଲମ” ଓ ନିରପକ୍ଷତା ଓ ନିର୍ଭିକ ହୋଇ ସାମ୍ବାଦିକତା କରିବାକୁ ଆହ୍ୱାନ ଦେଇଥିଲେ | ଅନ୍ୟତମ ଅତିଥି ବିଷ୍ଣୁ ଚରଣ ପରିଡା ତଥ୍ୟ ଭିତ୍ତିକ ସାମ୍ବାଦିକତା କରିବାକୁ ଆହ୍ୱାନ ଦେଇଥିଲେ | ସତ୍ୟ ଓ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଲେ ଉତ୍କଳ ନ୍ୟୁଜ କାର୍ଯ୍ୟକାରୀ ସମ୍ପାଦକ ଶଙ୍କର୍ଷଣ ମହାପାତ୍ର | ଏହି ଅବସରେର ଉତ୍କଳ ସାମ୍ବାଦିକ ପରିବାର ର ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ନିଜସ୍ୱ ମତାମତ ଉପସ୍ଥାପନା କରିଥିଲେ | ସଭା ରେ ଉତ୍କଳ ସାମ୍ବାଦିକ ପରିବାର ର ସଭାପତି ହରିହର ବେଉରା ସଭାପତିତ୍ୱ କରିଥିବା ବେଳେ ସିଦ୍ଧେସ୍ୱର ନାୟକ ସଭା ପରିଚାଳନା କରିଥିଲେ | ସଭା ଶେଷ ରେ ସାମ୍ବାଦିକ ଶଙ୍କର୍ଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଉତ୍କଳ ସାମ୍ବାଦିକ ପରିବାର ର ଇମ୍ରାନ ଖାନ , ଆଶିଷ ବରାଳ , ପ୍ରଭାତ ଦାସ , କାଁହୁ ବେହେରା , ମନୋଜ କୁମାର ମଲ୍ଲିକ , ଗୌତମ ଉଦୟ ଭାନୁ , ପବିତ୍ର କୁମାର ମହାନ୍ତି , ଶ୍ରୀଧର ସେଠି , ତ୍ରିଲୋଚନ ଖୁଣ୍ଟିଆ , ଲିଙ୍ଗରାଜ ପଣ୍ଡା , ସୁଭାଷ ରାଉତ , ଉମାକାନ୍ତ ଜେନା , ମୂର୍ତ୍ତି ହଂସରଜ , ମୋହିତ ମୋହନ ମହାପାତ୍ର , ପ୍ରମୁଖ ଉପସ୍ଥିତ ଥିବା ବେଳେ , ଅଂଚଳ ର ପ୍ରତିଷ୍ଠିତ ସାମ୍ବାଦିକ ପ୍ରକାଶ ନାୟକ , ମଳୟ ମହାପାତ୍ର , ଅଜିତ କୁମାର ସ୍ୱାଇଁ , ଏମ ଡି ଜାଭେଦ ଙ୍କ ସହ ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ |
Sign in
Sign in
Recover your password.
A password will be e-mailed to you.