ଧାମନଗର ରେ ଧର୍ମେନ୍ଦ୍ର।
ଆଜି ଭଦ୍ରକ ଜିଲ୍ଲା ଧାମନଗର ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ, ଧାମନଗର ର ଯୁବମାନସ ର ପ୍ରତୀକ ର୍ସୂର୍ଯ୍ୟବଂଶୀ ସୁରଜ ସେଠୀ ଏବଂ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ।ଆଜି ଐତ୍ୟସମ୍ପନ ଧାମନଗର ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସେଠୀ ଆସି ବନ୍ଦେମାତରମ୍ ର 150 ବର୍ଷ ପୂର୍ତ୍ତି ଓ ଲୋହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଦୋବଲ୍ ଠାରୁ ଆରମ୍ଭ ହୋଇ ଐତିହାସିକ ପୀଠ ସ୍ଥଳୀ ଗୋହିରା ଟିକିରି ମଠ ପର୍ଯ୍ୟନ୍ତ ହୋଇଥିଲା।।ଏହି ଅବସରରେ ଓଡ଼ିଶାର ଶେଷ ହିନ୍ଦୁ ସ୍ଵାଧୀନ ରାଜା ଗଜପତି ମହାରାଜାଙ୍କ ରାଜା ମୁକୁନ୍ଦ ଦେବଙ୍କ ସମାଧି ସ୍ଥଳୀ ଗୋହିରା ଟିକିରି ରେ ଏକ ବିଶାଳ ମୃଣ୍ମୟୀ ପ୍ରତିମା ଏବଂ ହୋହିରା ଟିକିରି ର ସୋନ୍ଦର୍ଯ୍ୟ କାରଣ ପାଇଁ ପ୍ରଥାମ ପର୍ଯ୍ୟାରେ ୧୦କୋଟି ଟଙ୍କା ବ୍ୟୟବରାଦ ସହ ଭିତ୍ତିପ୍ରସ୍ତର ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟେ,ଭଦ୍ରକ ବିଧାୟକ ଶୀତାଂଶୁ ମହାପାତ୍ର ଓ ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ ଭଦ୍ରକ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା ଏବଂ ବଦ୍ରିଧଳ,ଏହି ଶୁଭ ଭିତ୍ତପ୍ରସ୍ତର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।ମିଶନ ଶକ୍ତିର ମା ମାନେ ପ୍ରଥମେ ଶଙ୍ଖ ହୋଳ ହୋଳି ଦେଇ ବନ୍ଦେଇ ବା ସହ ବିଭିନ୍ନ ପାରମ୍ପାରିକ ଲୋକନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ଵାଗତ କରାଇଥିଲେ।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
Sign in
Sign in
Recover your password.
A password will be e-mailed to you.