ଯାତ୍ରା କଳାକାର ଗୁରୁ ପୃଷ୍ଟି ସଡ଼କ ଦୃଘଟାନାରେ ଅକାଳ ବିୟୋଗ।
ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
ଯାତ୍ରା କଳାକାର ଗୁରୁ ପୃଷ୍ଟି ସଡ଼କ ଦୃଘଟାନାରେ ଅକାଳ ବିୟୋଗ।
ଭଦ୍ରକ ଆଉ ଯାତ୍ରା କଳାକାର ଗୁରୁ ପୃଷ୍ଟି ଦେଖା ହେବନାହିଁ ଯାତ୍ରା ପେଣ୍ଡାଲ ରେ।ଯାତ୍ରା ହାସ୍ୟ ଅଭିନେତାଙ୍କ ଅକାଳ ବିୟୋଗ।ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଗୁରୁପୃଷ୍ଟୀ। ୧୬ନମ୍ବର ଜାତୀୟ ରାଜପଥର ଚିଙ୍ଗିଡ଼ିପୁର କେନାଲ ଛକ ନିକଟରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଗୁରୁ ପୃଷ୍ଟି।ଦର୍ଶକ ତାଙ୍କ ଅଭିନୟରେ ଆଉ ହସି ହସି ବେଦମ ହେବେ ନାହିଁ।ଯିଏ ଯାତ୍ରା ଦର୍ଶକ ଙ୍କୁ ଆଖି ବୁଜି ଶୋଇବାକୁ ଦିଅନ୍ତି ନାହିଁ ସିଏ ସବୁଦିନ ପାଇଁ ଆଖି ବୁଜି ଚିର ନିଦ୍ରାରେ ଶୋଇ ଯାଇଛନ୍ତି।ଯାତ୍ରା ହାସ୍ୟାଅଭିନେତା ଗୁରୁ ପୁଷ୍ଟିଙ୍କର ଅକାଳ ବିୟୋଗ ରେ ସମଗ୍ର ଯାତ୍ରା ଇଣ୍ଡଷ୍ଟ୍ରି ସ୍ତବ୍ଧ ।ଯାତ୍ରା ଇନ୍ଦ୍ରଭୁବନ ଅଭିନୟ କରୁଥିଲେ ହାସ୍ୟ ଅଭିନେତା ଗୁରୁ ପୃଷ୍ଟି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଷେଣ୍ଢପୁରରେ ଥିଲା ତାଙ୍କର ନାଟକ । ସକଳ ତୀର୍ଥ ତୋ ଚରଣ ରେ ନାଟକ ଅଭିନୟ କରିଥାନ୍ତେ ଗୁରୁ ପୁଷ୍ଟି। ମାତ୍ର ଶେଷ ରାତ୍ରିରେ ଜୀବନର ଶେଷ ଅଭିନୟରେ ଚାଲିଗଲା ତାଙ୍କ ଜୀବନ।ପୋଲିସ ଘଟଣା ସ୍ଥଳରୁ ଗୁରୁ ପୁଷ୍ଟିଙ୍କ ମୃତ ଦେହକୁ ଉଦ୍ଧାର କରି ମେଡିକାଲ ଆଣିଛି କିନ୍ତୁ କେମିତି ଦୁର୍ଘଟଣା ହେଲା ତାହା ସ୍ପଷ୍ଟ ହୋଇନାହିଁ।ତାଙ୍କ ମୃତ୍ୟୁରେ ଯାତ୍ରା ଜଗତରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।