ଇନ୍ଦ୍ରାଣୀ ପାଟଣାରେ ରାମଲୀଳା ମହୋତ୍ସବ ଉଦଯାପିତ।
ଟାଙ୍ଗି-ଚୌଦ୍ୱାର (କଳିଙ୍ଗ ୭ ନିୟୁଜ୍ )ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାଣୀ ପାଟଣା ଗ୍ରାମରେ ପ୍ରତିବର୍ଷ ପରମ୍ପରାଗତ ଭାବେ ଆୟୋଜିତ ହୋଇଆସୁଥିବା ରାମଲୀଳା ଉତ୍ସବ ଏବର୍ଷ ୨୨ତମ ବର୍ଷରେ ପ୍ରବେଶ କରିଛି। ଚଳିତ ବର୍ଷ ଏପ୍ରିଲ୍ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଗ୍ରାମର ରାମଲୀଳା ମଣ୍ଡପରେ ରାମାୟଣର ବିଭିନ୍ନ ପାତ୍ର ଓ ଘଟଣାକୁ ଆଧାର କରି ଭବ୍ୟ ଭାବେ ରାମଲୀଳା ପରିବେଷଣ କରାଯାଇଥିଲା।

ପ୍ରତ୍ୟେକ ସନ୍ଧ୍ୟାରେ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିବାବେଳେ, ଏହି ଅବସରରେ “ବିଶ୍ୱାସ” ନାମକ ଏକ ପତ୍ରିକାର ଉନ୍ମୋଚନ ମଧ୍ୟ ହୋଇଥିଲା। ଉକ୍ତ ଉନ୍ମୋଚନ କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକର ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ଇନ୍ଦ୍ରାଣୀ ପାଟଣା ମଣ୍ଡଳ ସଭାପତି ଦାମୋଦର ନାୟକ, ଗ୍ରାମର ବରିଷ୍ଠ ମୂରବୀମାନେ ଓ ଅନୁଷ୍ଠାନର ପରିଚାଳନା ସଭ୍ୟମାନେ ଉପସ୍ଥିତ ଥିଲେ। ସାମ୍ବାଦିକ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଗ୍ରାମର ଯୁବ ସଂଗଠକ ଅମୂଲ୍ୟ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିବାବେଳେ, ପ୍ରଭାତ କୁମାର ଓ ରାମଚନ୍ଦ୍ର ସ୍ୱାଇଁ ମଞ୍ଚ ପରିଚାଳନାର ଦାୟିତ୍ୱ ନିଭାଇଥିଲେ।ରାମଲୀଳା ଶେଷ ପରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବେଶଭୂଷାରେ ସଜ୍ଜିତ କରାଯାଇ ଗ୍ରାମ ପରିଭ୍ରମଣ କରାଯାଇଥିଲା। ଏହା ସହିତ ଦାଣ୍ଡି ଯାତ୍ରା ଓ ହଳଦୀ ଖେଳ ମଧ୍ୟ ଆନନ୍ଦମୟ ପରିବେଶରେ ଶେଷ ହୋଇଛି।