ଟାଙ୍ଗୀରେ ବସ ଦୁର୍ଘଟଣା, ଅଳ୍ପରେ ବଡ଼ ଦୁର୍ଘଟଣା ଟଳିଲା

ଟାଙ୍ଗୀରେ ବସ ଦୁର୍ଘଟଣା, ଅଳ୍ପରେ ବଡ଼ ଦୁର୍ଘଟଣା ଟଳିଲା
ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥର ପଶୁପତିଗଡ଼ା ନିକଟରେ ଆଜି ଏକ ଯାତ୍ରୀବାହୀ ବସ ଚକାନୟନ ଦୁର୍ଘଟଣାରେ ପଡ଼ିଛି। ବସଟି ଯାଜପୁର ସିଂହପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାସ୍ତା ପାଖରେ ଛିଡା ହୋଇ ଥିବା ଏକ ମହିନ୍ଦ୍ରା ବୋଲେରୋ ପିକଅପ୍ ଭ୍ୟାନକୁ ପଛରୁ ଧକ୍କା ଦେଇଥିଲା।
ଧକ୍କା ପରେ ବସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇ କମ୍ପାନୀ କାନ୍ଥ କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଘଟଣା ସମୟରେ ବସରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ।
ସ୍ଥାନୀୟ ଲୋକ ଓ କମ୍ପାନୀ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ପରେ ଟାଙ୍ଗୀ ଥାନା ପୋଲିସ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ପଠାଇଥିଲେ ଏବଂ ଯାତାୟାତକୁ ସ୍ୱାଭାବିକ କରିଥିଲେ।
ଘଟଣା ପରେ ବସର ଚାଳକ ଓ କଣ୍ଡକ୍ଟର ଫେରାର ହୋଇଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କାହାର ଗୁରୁତର କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.