କୁମାରୀ ଆରଡି ରାସ୍ତାର ନବୀକରଣ ଓ ପ୍ରସସ୍ତିକରଣ ଶିଳାନ୍ୟାଶ
ଧର୍ମଶାଳା, ୨୦ । ୫ (କଳିଙ୍ଗ ୭ ନିୟୁଜ ) :ଧର୍ମଶାଳା ବ୍ଲକ ଜାରକା ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ଦେଉଳି ପାହାଡ ଭାୟା କୁମାରୀ ଗାଁ ରାସ୍ତାର ପ୍ରସସ୍ତୀକରଣ ଓ ନବୀକରଣର ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଶିଳାନ୍ୟାଶ କରିଥିଲେ । ଏହି ଶିଳାନ୍ୟାଶ ଉତ୍ସବରେ ବିଧାୟକଙ୍କ ସହିତ ୧୪ ଜୋନ ଜିଲ୍ଲାପରିଷଦ ସଦସ୍ୟ ଜଳଧର ମହାନ୍ତି, ୧୩ ନଂ ଜିଲ୍ଲାପରିଷଦ ସଦସ୍ୟା ସ୍ମୃତିରେଖା ବେହେରା, ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାଖାପାଖି ୫ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁଥିବା ଏହି ରାସ୍ତାର ପ୍ରସସ୍ତୀ କରଣ କାର୍ଯ୍ୟର ଶିଳାନ୍ୟାଶରେ ବିଭଗୀୟ ଅଧିକ୍ଷଣ ଯନ୍ତ୍ରୀ ରାଜଶ୍ରୀ ଭୋଳ, କାର୍ଯ୍ୟ ନିର୍ବାହୀ ଅଧିକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟକୁ ପରିଚାଳନା କରିଥିଲେ । କୁମାରୀ ଗ୍ରାମରେ ଜନସଂଖ୍ୟା ବୃଦ୍ଧି ସହିତ ଘରବାଡି ମଧ୍ୟ ସେହି ତୁଳନାରେ ବଡି ଚାଲିଛି । ହେଲେ ଏହି ଗ୍ରାମକୁ ସଂଯୋଗ କରୁଥିବା ବହୁ ପୂରାତନ ରାସ୍ତାଟି ସଂକୋଚିତ ହେବା ସହ ଅନେକ ସ୍ଥାନରେ ଭାଙ୍ଗିରୁଜି ପଡିଛି । ଯାହା ଫଳରେ କୁମାରୀ ଅଂଚଳବାସୀ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ବିଧାୟକ ଶ୍ରୀ ସାହୁଙ୍କ ଉଦ୍ୟମକ୍ରମେ ଏହି ରାସ୍ତାର ପ୍ରସସ୍ତୀ କରଣ ଓ ନବୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିବାଗ ପକ୍ଷରୁ ବ୍ୟୟ ଅଟକଳ କରାଇଥିଲେ । ଆଜିର ଏହି ଶିଳାନ୍ୟଶ ଉତ୍ସବ ପାଇଁ ବିଧାୟକ ଶ୍ରୀ ସାହୁ ଜାରକା ଠାରେ ପହଁଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇ ଏକ ବିରାଟ ଶୋଭାଯାତ୍ରାରେ ଶିଳାନ୍ୟାଶ ସ୍ଥଳକୁ ପାଛୋଟି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବସଙ୍ଗଠକ ରାଜେଶ ପାଳ, ଦେବରାଜ ମିଶ୍ର, ଜିତେନ୍ଦ୍ର ରାଉତ, ପ୍ରଦୀପ ପରିଡା, ଶିବୁଲି ଧିର, ଦେବଦତ ପଣ୍ଡା, ଆଲୋକ ଲେଙ୍କା, ଚନ୍ଦ୍ରମଣି ପଣ୍ଡିତ, ତପନ ମାହୁନ୍ତ, ଅଭିଶେକ ରାଉତ,ସୁଦାମ ବେହେରା, ସବ୍ୟସାଚୀ ସୁନ୍ଦରରାୟ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ
Sign in
Sign in
Recover your password.
A password will be e-mailed to you.