ଟେଟ୍ରାହେଡ୍ରନ୍ କଲେଜ ପକ୍ଷରୁ ବିଶାଳ ରକ୍ତଦାନ ଶିବିର#୧୬୭ ୟୁନିଟ ରକ୍ତ ସଂଗ୍ରହ# ଚର୍ଚ୍ଚାରେ ପ୍ରତିଷ୍ଠାନ ସମସ୍ତ କର୍ମଚାରୀ ରକ୍ତଦାନ

ଟେଟ୍ରାହେଡ୍ରନ୍ କଲେଜ ପକ୍ଷରୁ ବିଶାଳ ରକ୍ତଦାନ ଶିବିର#୧୬୭ ୟୁନିଟ ରକ୍ତ ସଂଗ୍ରହ# ଚର୍ଚ୍ଚାରେ ପ୍ରତିଷ୍ଠାନ ସମସ୍ତ କର୍ମଚାରୀ ରକ୍ତଦାନ

ଟାଙ୍ଗୀ-ଜଗତପୁର,୮।୬(kalinga7news) କଟକ ଜିଲା ଟାଙ୍ଗୀ ଟେଟ୍ରାହେଡ୍ରନ୍ ଗ୍ରୁପ ଅଫ ଇନ୍ ଷ୍ଟିଚ୍ୟୁସନ୍ସ ପରିସରରେ ଟେଟ୍ରାହେଡ୍ରନ୍ ଏଜୁକେସ୍ ନାଲ ଟ୍ରଷ୍ଟ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିରଅନୁଷ୍ଠିତ ହୋଇଯାଇଛି।

ଶିବିରରୁ ମୋଟ ୧୬୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଜିଲା ରେଡକ୍ରସ୍ ର ସମ୍ପାଦିକା ଡ଼ ସସ୍ମିତା ପଟ୍ଟନାୟକ ପୌରହିତ୍ୟରେ ଆୟୋଜିତ ଶିବିରରେ ଛାତ୍ରୀଛାତ୍ର ସମେତ ଟେଟ୍ରାହେଡ୍ରନର ସମସ୍ତ କର୍ମଚାରୀ ରକ୍ତଦାନ କରି ନୂତନ ପରିଚୟ ପ୍ରଦାନ କରିଛନ୍ତି।ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଚର୍ଚ୍ଚା ରହିଛନ୍ତି । ମୁଖ୍ୟ ଅତିଥିଭାବେ କଟକ ଜିଲ୍ଲା ଗ୍ରାମୀଣ ପ୍ରଭାରୀ କିଶୋର ଚନ୍ଦ୍ର ପଣ୍ଡା, ଟାଙ୍ଗୀ ମଣ୍ଡଳ ସଭାପତି ହୃଷିକେଶ ସାମଲ, ଜରିପଡ଼ା ସରପଞ୍ଚ ପ୍ରତିନିଧି ଅମନ୍ କୁମାର ବେଉରା, ଯୁବ ସାମାଜିକ କର୍ମୀ ବିଶ୍ୱଜିତ୍ ଆଞ୍ଚଲ, ଟେଟ୍ରାହେଡ୍ରନ ସିବିଏସି ପ୍ରିନ୍ସିପାଲ୍ ବିକାଶ ରଞ୍ଜନ ମହାପାତ୍ର , ପ୍ରତିଷ୍ଠାତା ତ୍ରିଦେବ ବେହେରା, ଶୁଭ୍ରକାନ୍ତ ମହାପାତ୍ର ଟେଟ୍ରାହେଡ୍ରନ ହାଇର ସେକେଣ୍ଡାରୀ ସ୍କୁଲ ଭାଇସ୍ ପ୍ରିନ୍ସିପାଲ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥଲେ।ଆଗାମୀ ଦିନ ପ୍ରତିମାସରେଜିଲା ରେଡକ୍ରସ୍ ର ସମ୍ପାଦିକା ଡ଼ ସସ୍ମିତା ପଟ୍ଟନାୟକ ସହୋଯୋଗରେ ପ୍ରତି ପଞ୍ଚାୟତର କ୍ଳବ୍ ରେ ରକ୍ତଦାନ ଶିବିର କରିବେ ବୋଲି ଗଣମାଧ୍ୟମ ରେ ପ୍ରତିଷ୍ଠାତା ତ୍ରିଦେବ ବେହେରା ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.