ସାଲେପୁରରେ ଚାଞ୍ଚଲ୍ୟ ମିଠାରେ ବିଷ ଦେବା ଅଭିଯୋଗ ୫ ବର୍ଷର ଶିଶୁ ଗୁରୁତର

କଟକ (କଳିଙ୍ଗ ୭ ନିୟୁଜ )ବର୍ଷର ଶିଶୁ ଦୀର୍ଘ 17ଦିନ ହେଲାଣି କଟକ ଶିଶୁଭାବନର icu ରୁ ଜୀବନ ସହ ଲଢେ଼ଇ କରୁଛି। ତାକୁ ମିଠାରେ ପଡୋଶୀ ବିଷ ଦେଇ ଦେଇଥିବା ଅଭିଯୋଗ ଆଣିଛନ୍ତି ତାର ଅଭିବାବକ। ଏଭଳି ଏକ ଦୁଃଖଦ ଓ ଅମାନୁଷିକ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ବାହାବଳପୂର ଗାଁରେ। ଗତ ମାସ 22ତାରିଖ ଦିନ 5ବର୍ଷର ନିଷ୍ପପ ଶିଶୁପୁତ୍ର ଦିବ୍ୟରଞ୍ଜନ ମଲିକଙ୍କୁ ତାଙ୍କ ପଡୋଶୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମିଠାରେ ବିଷ ଦେଇ ଦେଇଥିବା ଥାନାରେ ଏତେଲା ଦେଇଛନ୍ତି ଦିବ୍ୟରଞ୍ଜନର ବାପା ରୋହିତ କୁମାର ମଲ୍ଲିକ। ଦିବ୍ୟର ଏବେ କଟକ ଶିଶୁଭବନ ରେ ଅତ୍ୟନ୍ତ ଗୁରୁତ୍ତର ଅବସ୍ଥାରେ icu ରେ ଚିକିତ୍ସା ଚାଲିଛି। ଏପେଟେ ଏନେଇ ଏତେଲକାରୀଙ୍କ ଏତେଲା ଅନୁଯାୟୀ ଥାନାରେ ଏକ କେଶ କରାଯାଇ ତଦନ୍ତ ହେଉଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ||

Leave A Reply

Your email address will not be published.