ରଣ୍ଡା ଛକ ଦୁର୍ଘଟଣାରେ ପତିପତ୍ନୀଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ରାସ୍ତାରୋକ

ଗଞ୍ଜାମ ଜିଲ୍ଲା ପ୍ରତିନିଧି JK ପଟ୍ଟନାୟକ ଙ୍କ ରିପୋର୍ଟ.

  • ରଣ୍ଡା ଛକ ଦୁର୍ଘଟଣାରେ ପତିପତ୍ନୀଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ରାସ୍ତାରୋକ

ବ୍ରହ୍ମପୁର (କଳିଙ୍ଗ୭ନିୟୁଜ୍ )ଳନ୍ଥରା ଥାନା ଅନ୍ତର୍ଗତ ରଣ୍ଡା ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି l ଯେଉଁଥିରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l ଏହାକୁ ନେଇ ସ୍ଥାନୀୟ ବାସୀନ୍ଦା ରାସ୍ତା ରୋକ କରିଥିବା ଜଣାପଡ଼ିଛି l

ମୃତକ ଙ୍କ ପରିଚୟ ମିଳିଛି।

ଉଭୟେ ପତି ପତ୍ନୀ। ସ୍ୱାମୀ ହରିଚନ୍ଦ୍ର ଦାସ, ଓ ତାଙ୍କ ପତ୍ନୀ ପରି ଦାସ। ସେମାନଙ୍କ ଘର ରଣ୍ଡା ହରିଜନ ସାହିରେ ବୋଲି ଜଣାପଡିଛି। ଆଜି ସକାଳେ ଉଭୟେ ମେଡିସିନ କିଣିବାକୁ ଆସିଥିଲେ। ମେଡିସିନ କିଣି ରଣ୍ଡାରୁ ଚିକରଡ଼ା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।ଯାହା ଫଳରେ ଉଭୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ସ୍ଥାନୀୟ ଜନସାଧାରଣ ମୃତକ ଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି କରି ଜାତୀୟ ରାଜପଥ ୧୬ରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଫଳରେ ଆନ୍ଧ୍ର ଓ ଓଡ଼ିଶା ଯାତାୟତ ବାଧାପ୍ରାପ୍ତ ହୋଇଛି।ରାସ୍ତାରେ ଦୀର୍ଘ ସମୟ ଧରି ବହୁ ଛୋଟ ବଡ଼ ଯାନବାହାନ ଅଟକି ରହିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।ଆଜି ସକାଳେ ରଣ୍ଡା ଛକ ରେ କାର କୁ ପିଟିଲା ଟ୍ରକ ଓ ଡମ୍ଫର ଦୁର୍ଘଟଣା ଘଟିଥିବା ଜଣାପଡିଛି।

Leave A Reply

Your email address will not be published.