ଅସ୍ମିତା ଖବରର ପ୍ରଥମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ।
ଚଣ୍ଡିଖୋଲ( କଳିଙ୍ଗ ୭ ନିୟୁଜ ) ମିଡିଆ ହାଉସ୍ (ଅସ୍ମିତା ଖବର)ର ପ୍ରଥମ ବାର୍ଷିକ ଉତ୍ସବ ଆଜି ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ଅଜୟ ଅନୁରାଗ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାହାସପୁର ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ସତ୍ୟବ୍ରତ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଚଣ୍ଡିଖୋଲ ପ୍ରେସ କ୍ଲବର ସଭାପତି ସାମ୍ବାଦିକ ବେଣୁଧର ପଣ୍ଡା, ବିଶିଷ୍ଟ ଅତିଥି ଭାବେ ସୁଙ୍ଗୁଡା ପଞ୍ଚାୟତର ସରପଞ୍ଚ ଅଞ୍ଜୁଲତା ସ୍ୱାଇଁ,ମୁଖ୍ୟବକ୍ତା ରୂପେ ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ ଯୋଗଦେଇଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ବଳ “ଗଣମାଧ୍ୟମ ସମାଜର ଦର୍ପଣ”,ଦର୍ପଣ ଯେପରି ନିଜର ପ୍ରତିବିମ୍ବ ଦେଖାଇଥାଏ,ସେହିପରି ଗଣମାଧ୍ୟମ ସମାଜର ଅବହେଳିତ, ନିଷ୍ପେସିତ ନିର୍ଯାତିତ,ଅସହାୟ ଲୋକମାନଙ୍କର ସ୍ୱର ହେବା ସହିତ ସତ୍ୟନିଷ୍ଠ,ନିର୍ଭୀକ ନିରପେକ୍ଷ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପଣ୍ଡା ସାଂପ୍ରତିକ ସମୟରେ ଗଣମାଧ୍ୟମ ବହୁ ଆହ୍ୱାନର ସମ୍ମୁଖୀନ ହେଉଛି। ବିଶ୍ଵ ଏକ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି,ଏହା ସହିତ ତାଳଦେଇ ପାଠକମାନଙ୍କ ମାନସିକତା, ରୁଚି ବଦଳିଛି।ଛାପା ଖବର କାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟରେ ଡିଜିଟାଲ ମିଡିଆ ସମୟ ବ୍ୟବଧାନ ହ୍ରାସ କରିଛି ବୋଲି କହିବା ସହିତ ଏହା ଜନସାଧାରଣଙ୍କ ସ୍ୱର ହେବ ବୋଲି କହିଥିଲେ। ବିଶିଷ୍ଟ ଅତିଥି ସୁଙ୍ଗୁଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସ୍ୱାଇଁ ସାମ୍ବାଦିକ ମାନେ ସଠିକ ନ୍ୟୁଜ ଛାପିବା ସହ ସଠିକ ଲୋକଙ୍କୁ ନ୍ୟାୟ ଦିଅନ୍ତୁ ବୋଲି କହିଥିଲେ। ମୁଖ୍ୟଅତିଥି ଶ୍ରୀଯୁକ୍ତ ପୃଷ୍ଟି ଯୋଗଦେଇ ଆଗାମୀ ଦିନରେ ଗ୍ରାମୀଣ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଜଣ୍ଣାଲିଜିମ୍ କୋର୍ସ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ସରକାର ଏହାକୁ ବିଚାରକୁ ନେବେ ବୋଲି ଆଶା।ସମୟ ଥିଲା ସକାଳୁ ଖବର କାଗଜ ପଢିବା ପାଇଁ ନୟାନ୍ତ ହୋଇପଡୁଥିଲୁ ଯୁଗ ବଦଳି ବା ସହ ସୋସିଆଲ ମିଡ଼ିଆ ବି ବଦଳିଛି। ଅସ୍ମିତା ଖବରର ଉତ୍ତୋରତ୍ତୋର ଉନ୍ନତି କାମନା କରିଥିଲେ। ସମ୍ମାନିତ ଅତିଥି ଚଣ୍ଡିଖୋଲ କୋର୍ଟବାର ଆସୋସିଏସନରର ସମ୍ପାଦକ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରମୋଦ କୁମାର ଜେନା, ଶିବରାମ ସାହୁ,ପ୍ରତାପ କେଶରୀ ରାଉତରାୟ,ପ୍ରସନ୍ନ କୁମାର ବିଶ୍ବାଳ,ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ,ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଅସ୍ମିତା ଖବରର ପ୍ରତିଷ୍ଠାତା ତଥା ସମ୍ପାଦକ ବସନ୍ତ କୁମାର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ। ଗୌରାଙ୍ଗ ନାୟକ, ଆଇନଜିବୀ ଆଶିଷ ରଞ୍ଜନ ମହାପାତ୍ର ,ସମାଜସେବୀ ମୋହନ ମହାରଣା, ଆଦର୍ଶ ଯୁବ ପରିଷଦ (ସୋର)ର କୋଷାଧ୍ୟକ୍ଷ ସତ୍ୟବ୍ରତ ବେହେରା ,ଶରତ ସାହୁ ପ୍ରମୁଖ ସହୋଯୋଗ କରିଥିଲେ।ପ୍ରାରମ୍ଭରେ ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପ, ଦୀପ ,ନୈବେଦ୍ୟ,ଆଲୋକ ପ୍ରଜ୍ବଳନ ପୂର୍ବକ ଉତ୍ସବକୁ ଉଦଘାଟନ କରାଯାଇଥିଲା।