ବିଜିବିଓ କାର୍ଯ୍ୟ ଅନ୍ୟମିତତାର ତଦନ୍ତ ଆରମ୍ଭ ଯନ୍ତ୍ରୀ ମହଲରେ କୋକୁଆ ଭୟ

ମାହାଙ୍ଗା_୧୫/୭ (ସୁବ୍ରତ ମହାନ୍ତି )କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅଞ୍ଚଳରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଚୟନରେ ଘୋର୍ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ୩ ଜଣିଆ ତଦନ୍ତକାରୀ ଟିମ୍ ମାହାଙ୍ଗାରେ ତଦନ୍ତ ଆରମ୍ଭ କରିଛନ୍ତି। ଯାହାକୁ ନେଇ ପ୍ରକଳ୍ପ ଚୟନର ଅନ୍ୟମିତତା କରିଥିବା ଯନ୍ତ୍ରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି। ଖବର ମୁତାବକ ମାହାଙ୍ଗା ବ୍ଲକ୍ କାର୍ଯ୍ୟାଳୟର ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ କାର୍ଯ୍ୟ ପାଇଁ ବିଜେପି ନେତା ସୁମନ୍ତ ଘଡ଼େଇଙ୍କ ସମର୍ଥକଙ୍କୁ ୭୫ ଭାଗ ଅନୁଦାନ ରାଶି ମିଳିବା ପାଇଁ ପ୍ରକ୍ରିୟା ଶେଷ ହୋଇଥିବାବେଳେ ବିଧାୟକ ଶାରଦା ପ୍ରଧାନଙ୍କ ଗୋଷ୍ଠିଙ୍କୁ ମାତ୍ର ୨୫ ଭାଗ ଅର୍ଥରାଶି ବିଜିବିଓ ବାବଦକୁ ଚୟନ ହୋଇଛି। ଯାହାକୁ ନେଇ ଉଭୟ ଶାରଦା ଓ ସୁମନ୍ତଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା।ଏପରିକି ଏହି ଶୀତଳ ଯୁଦ୍ଧ ଉଗ୍ରରୂପ ନେଇଥିଲା ମାହାଙ୍ଗା ବ୍ଲକ୍ କାର୍ଯ୍ୟାଳୟରେ । ମୁହାଁମୁହିଁ ହୋଇଥିଲେ ଉଭୟ ଶାରଦା ଓ ସୁମନ୍ତଙ୍କ ଗୋଷ୍ଠି। ତେବେ ଏହି ଘଟଣାକୁ ନେଇ କଟକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କଟକ ସଦର ବ୍ଲକର ୩ ଜଣ ଯନ୍ତ୍ରୀଙ୍କୁ ମାହାଙ୍ଗାରେ ଅନ୍ୟମିତତା ହୋଇଥିବା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ତଦନ୍ତ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ସସ୍ମିତା ଦାସ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଉପାଧ୍ୟାୟ , କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ପରମିତା ରାୟ ମାହାଙ୍ଗା ବ୍ଲକରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯାହାକୁ ନେଇ ପ୍ରକଳ୍ପ ଚୟନ କାର୍ଯ୍ୟରେ ଅନିୟମିତତା କରିଥିବା ଯନ୍ତ୍ରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି।

Leave A Reply

Your email address will not be published.