ଫୋକସ ପ୍ଲସ ଚ୍ୟାନେଲର ଅଫିସକୁ ସିଲ୍ କରିଛି ଖଣ୍ଡଗିରି ଓ କ୍ୟାପିଟାଲ ଥାନା ପୋଲିସ
ଭୁବନେଶ୍ବର;ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ OSDଙ୍କ ଦ୍ୱାରା କ୍ୟାପିଟାଲ ଥାନାରେ ଏତଲା ଦିଆଯିବା ପରେ ଫୋକସ ପ୍ଲସ ଚ୍ୟାନେଲର ଅଫିସକୁ ସିଲ୍ କରିଛି ଖଣ୍ଡଗିରି ଓ କ୍ୟାପିଟାଲ ଥାନା ପୋଲିସ। କିଛି ଦିନ ପୂର୍ବରୁ ଏକ ଆଲୋଚନା ଚକ୍ରରେ ଏହି ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ସୁଧାଂଶୁ ଶେଖର ରାଉତ କହିଥିଲେ, ପାଠ୍ୟପୁସ୍ତକରେ ତ୍ରୁଟି ଘୋଡାଇବାକୁ ମନ୍ତ୍ରୀ ୫ ଲକ୍ଷ ଟଙ୍କା ଅଫର କରିଥିଲେ। ଏହି କଥାରେ ମନ୍ତ୍ରୀ ଗଣ୍ଡଙ୍କ ସ୍ୱଚ୍ଛ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଥିଲା। ଏନେଇ ଥାନାରେ ଏତଲା ଦେବା ପରେ ୬ ଘଂଟାର ରେଡ୍ କରାଯାଇ ତାଙ୍କ ଅଫିସକୁ ସିଲ କରାଯାଇଥିଲା। ଏହା ସହିତ ସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କୁ ବି ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି। ସତ କହିବାକୁ ଗଲେ ତାହା ଗୋଟେ ଗଣମାଧ୍ୟମ ସଂସ୍ଥା କମ୍ ବ୍ୟକ୍ତିଗତ ସଂସ୍ଥା ଅଧିକ ଲାଗୁଥିଲା। କାରଣ ଅନେକ ସମୟରେ ବିନା କୌଣସି ତଥ୍ୟ ପ୍ରମାଣରେ ଉଦ୍ଦେଶ୍ୟମୂଳକ ଆରୋପ ପ୍ରାତ୍ୟାରୋପ ଦେଖିବାକୁ ମିଳୁଥିଲା।ସୁଧାଂଶୁ ବାବୁ ସଂସ୍ଥାଟିଏ ସିନା ଖୋଲିଦେଲେ କିନ୍ତୁ ଏତିକି ଜାଣିପାରିଲେନି ଯେ, ଗଣମାଧ୍ୟମ ସଂସ୍ଥା ବେଶୀ #ନିରପେକ୍ଷ ହେଲେ #ବଳି ଚଢ଼ିଯାଏ ଆଉ ଅଧିକ #ସପକ୍ଷବାଦୀ ହେଲେ ନିଜର #ଓଜନ ହରାଏ। ତେଣୁ ଗଣମାଧ୍ୟମର ପ୍ରକୃତ #କର୍ତ୍ତବ୍ୟ ହେଉଛି ସତ୍ୟ, ନିରପେକ୍ଷତା ଏବଂ ସାମ୍ବାଦିକତା ଧର୍ମକୁ #ବଜାୟ ରଖିବା।
