ରାଷ୍ଟ୍ରୀୟ ପୂର୍ବାଞ୍ଚଳ ସଭାପତି ହେଲେ ଡ଼. ପ୍ରଭାତ ମିଶ୍ର | କଟକ ସାମ୍ବାଦିକ ସଙ୍ଘ ତରଫରୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ |
କଟକ ବାଙ୍କୀ ରୁ ପୂର୍ନେନ୍ଦୁ ନାୟକ
ରାଷ୍ଟ୍ରୀୟ ପୂର୍ବାଞ୍ଚଳ ସଭାପତି ହେଲେ ଡ଼. ପ୍ରଭାତ ମିଶ୍ର | କଟକ ସାମ୍ବାଦିକ ସଙ୍ଘ ତରଫରୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ |
ଅନ୍ତଃରାଷ୍ଟ୍ରୀୟ ସାମ୍ବାଦିକ ସଙ୍ଘ ଭଏସ ଅଫ ମେଡ଼ିଆ ର ଓଡିଶା ପ୍ରଦେଶ ଶାଖା ସଙ୍ଘ ର ସଭାପତି ଡ଼. ପ୍ରଭାତ କୁମାର ମିଶ୍ର ଙ୍କୁ ସଙ୍ଘ ମୁଖ୍ୟାଳୟ ତରଫରୁ ରାଷ୍ଟ୍ରୀୟ ପୂର୍ବାଞ୍ଚଳ ସଭାପତି ରୂପେ ଚୟନ କରାଯାଇଛି | ପୂର୍ବରୁ ଓଡିଶା ପ୍ରଦେଶ ର ନେତୃତ୍ୱ ନେଉଥିବା ବେଳେ ବର୍ତ୍ତମାନ ର କାର୍ଯ୍ୟାଭାର ଅନୁଯାୟୀ ଓଡିଶା ସମେତ ଅନ୍ୟ ସାତୋଟି ପ୍ରଦେଶ ଵା ରାଜ୍ୟ ର ନେତୃତ୍ୱ ର ଦାୟିତ୍ୱ ଶ୍ରୀ ମିଶ୍ର ଙ୍କୁ ଦିଆଯାଇଛି | ଏହି ପରିପ୍ରେକ୍ଷୀରେ
ଆଜି କଟକସ୍ଥିତ ଦୟାନିଧି ସାରସତ୍ଵ ଭବନ ପରିସରରେ କଟକ ଜିଲ୍ଲା ଭଏସ୍ ଓଫ୍ ମିଡ଼ିଆ ର ଏକ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ଆଲୋଚନା ଏବଂ ସମ୍ବର୍ଦ୍ଧନା ସଭା ର ଆୟୋଜନ କରାଯାଇ, ଶ୍ରୀ ମିଶ୍ର ଙ୍କୁ ଅଭିନଦନ ର ବାର୍ତ୍ତା ସହ ସମ୍ବର୍ଦ୍ଧିତ କରାଯାଇଛି | ଏହି ବୈଠକରେ ରାଜ୍ୟ ତଥା ପୂର୍ବାଞ୍ଚଳ ର ସଭାପତି ଡ଼. ପ୍ରଭାତ କୁମାର ମିଶ୍ର ଙ୍କ ସହ ଇଞ୍ଜିନିୟର ଗିରିଜା ଶଙ୍କର ପତି, ରାଜ୍ୟ ସଂଯୋଜକ ପୁର୍ଣ୍ଣେନ୍ଦୁ ନାୟକ, ଜିଲା ସଭାପତି ଅନିଲ ଦାସ,ରାଷ୍ଟ୍ରୀୟ କିସାନ ସଙ୍ଘ ର ସାଧାରଣ ସମ୍ପାଦକ ଦେବୀପ୍ରସାଦ ପତି, ଜିଲ୍ଲା ସମ୍ପାଦକ ସୁଶାନ୍ତ କୁମାର ନାୟକ, ପରିବେଶବିତ୍ ଧନେଶ୍ଵର ବିଧାର, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ | ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକ ମାନେ ଯୋଗ ଦେଇ ଥିଲେ | ଜିଲ୍ଲା ସଙ୍ଘ ତରଫରୁ ରାଜ୍ୟ ସଭାପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆକାଶ ସ୍ୱାଇଁ, ସହଦେବ ମାଝୀ, କାଳନ୍ଦୀ ବ୍ରହ୍ମା, ଦାମୋଦର ବେଉରା, ଅକ୍ଷୟ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ |