ପ୍ରଭୁ ଜଗନ୍ନାଥ ଚିତ୍ରକଳା ପାଇଁ ଜନାର୍ଦ୍ଦନ ପରମଗୁରୁଙ୍କୁ ‘ତାଳଧ୍ୱଜ ଜଗନ୍ନାଥ ସମ୍ମାନ

ଲିପ୍ଶା ରାଉତ ଭୁବନେଶ୍ବର

ପ୍ରଭୁ ଜଗନ୍ନାଥ ଚିତ୍ରକଳା ପାଇଁ ଜନାର୍ଦ୍ଦନ ପରମଗୁରୁଙ୍କୁ ‘ତାଳଧ୍ୱଜ ଜଗନ୍ନାଥ ସମ୍ମାନ’

ଭୁବନେଶ୍ୱର, ୨୯ ଜୁଲାଇ: ଆନ୍ତର୍ଜାତୀୟ ବାଘ ଦିବସ ଅବସରରେ ଗଞ୍ଜାମ ଆକାଡେମୀ ଅଫ୍ ଫାଇନ୍ ଆର୍ଟସ୍ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଏକ ଭବ୍ୟ ଚିତ୍ରକଳା ଶିବିର ଓ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ରକଳା କ୍ଷେତ୍ରରେ ଦୀର୍ଘଦିନର ନିଷ୍ଠା, ସାଧନା ଓ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ଜନାର୍ଦ୍ଦନ ପରମଗୁରୁଙ୍କୁ **‘ତାଳଧ୍ୱଜ ଜଗନ୍ନାଥ ସମ୍ମାନ’**ରେ ସମ୍ମାନିତ କରାଯାଇଥିଲା। ଜନାର୍ଦ୍ଦନ ପରମଗୁରୁଙ୍କ ସହ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ବଳଦେବ ମହାରଥା, ମମତା ସାମନ୍ତରାୟ, ଡ଼ଃ ଚିନ୍ତାମଣି ବିଶ୍ୱାଳ ଏବଂ ସୁଦାମ ମହାରଣାଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଗଞ୍ଜାମ ଆକାଡେମୀ ଅଫ୍ ଫାଇନ୍ ଆର୍ଟସ୍‌ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଡ଼ଃ ସ୍ଥିତଧି ରଥଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଡ଼ଃ ଗ୍ୟାନେଷ୍ ମିଶ୍ର ଓ ଡ଼ଃ ମୀନକେତନ ପଟ୍ଟନାୟକ ଓ ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ସମ୍ମାନିତ କରିବା ସହ ତାଙ୍କର ସୃଜନଶୀଳ ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମ୍ମାନ ଚିତ୍ରଶିଳ୍ପୀମାନଙ୍କ ପାଇଁ ନୂତନ ପ୍ରେରଣା ସୃଷ୍ଟି କରିବା ସହ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଓ ପାରମ୍ପରିକ ଚିତ୍ରକଳାର ପ୍ରଚାର ଓ ପ୍ରସାରରେ ଆହୁରି ଗତି ଆଣିବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।

Leave A Reply

Your email address will not be published.