ଶ୍ରୀ ଜଗନ୍ନାଥାୟନ କାର୍ଯ୍ୟକ୍ରମରେ ମିରର୍ ଥିଟଏର, ବେଲପାହାଡ଼, ଝାରସୁଗୁଡ଼ା ପ୍ରସ୍ତୁତ
ଭୁବନେଶର; ଓଡ଼ିଶା ଭାଷା,ସହିତ୍ୟ ଓ ସଂସ୍କୃତି ବିଭାଗ ଓ ଓବିଶା ସଂଗୀତ ନାଟକ ଏଡାଡେମୀ ମିଳିତଶ୍ରୀ ଜଗନ୍ନାଥାୟନ କାର୍ଯ୍ୟକ୍ରମରେ ମିରର୍ ଥିଟଏର, ବେଲପାହାଡ଼, ଝାରସୁଗୁଡ଼ା ପ୍ରସ୍ତୁତ ସହଯୋଗରେ
ଶ୍ରୀ ଜଗନ୍ନାଥାୟନ କାର୍ଯ୍ୟକ୍ରମରେ ମିରର୍ ଥିଟଏର, ବେଲପାହାଡ଼, ଝାରସୁଗୁଡ଼ା ପ୍ରସ୍ତୁତ
ଭକ୍ତି ଯେତେବେଳେ ସମସ୍ତ ନିୟମ, ଆଚାର ଓ ଅହଙ୍କାରକୁ ଅତିକ୍ରମ କରେ, ସେତେବେଳେ ଭଗବାନ ସ୍ୱୟଂ ଭକ୍ତଙ୍କ ଦ୍ୱାରକୁ ଆସନ୍ତି। “ଭକ୍ତ କର୍ମାବାଇ” ସେହି ଅମର ଭକ୍ତିର ଏକ ଅନୁପମ ନାଟ୍ୟଗାଥା।
ରାଜସ୍ଥାନର ଏକ ସାଧାରଣ ପରିବାରରେ ଜନ୍ମ ନେଇଥିବା କର୍ମାବାଇ ଛୋଟବେଳୁ ଶ୍ରୀକୃଷ୍ଣଙ୍କୁ ନିଜ ସନ୍ତାନ, ବନ୍ଧୁ ଓ ପରମାତ୍ମା ରୂପେ ଅନୁଭବ କରୁଥିଲେ। ଦାରିଦ୍ର୍ୟ, ସାମାଜିକ ବାଧା ଓ କଠୋର ଆଚାରବିଧି ମଧ୍ୟରେ ରହି ସେ ପ୍ରତିଦିନ ଅପାର ସ୍ନେହରେ ରନ୍ଧୁଥିବା ସାଧାରଣ ଖେଚୁଡ଼ିକୁ ଭଗବାନଙ୍କୁ ନିବେଦନ କରୁଥିଲେ। ତାଙ୍କ ହୃଦୟର ନିର୍ମଳତା ଏତେ ଗଭୀର ଥିଲା ଯେ ଶ୍ରୀକୃଷ୍ଣ ସ୍ୱୟଂ ସେହି ପ୍ରେମଭରା ଭୋଗକୁ ଗ୍ରହଣ କରିଥିଲେ।
ପରବର୍ତ୍ତି ସମୟରେ କର୍ମାବାଇ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଲୀଳାରେ ନିଜକୁ ସମର୍ପଣ କରନ୍ତି। ତାଙ୍କ ଅପାର ଭକ୍ତିର ସ୍ମୃତିସ୍ୱରୂପ ଆଜି ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିରରେ “କର୍ମାବାଇ ଖେଚୁଡ଼ି” ନାମରେ ପରିଚିତ ଖେଚୁଡ଼ିକୁ ମହାପ୍ରଭୁଙ୍କ ପ୍ରଥମ ଭୋଗ ଭାବେ ନିବେଦନ କରାଯାଏ। ଶତାବ୍ଦୀ ପରେ ମଧ୍ୟ ଏହି ପରମ୍ପରା କର୍ମାବାଇଙ୍କ ଅମର ଭକ୍ତିର ଜୀବନ୍ତ ସାକ୍ଷୀ ହୋଇ ରହିଛି।
ଏହି ନାଟକ କେବଳ ଜଣେ ଭକ୍ତଙ୍କ ଜୀବନକଥା ନୁହେଁ, ବରଂ ମାନବତା, ସମର୍ପଣ, କରୁଣା ଓ ଭକ୍ତିର ଏକ ଚିରନ୍ତନ ସନ୍ଦେଶ। ଲୋକସଙ୍ଗୀତ, ନୃତ୍ୟ, ଆଧ୍ୟାତ୍ମିକ ଆବେଗ ଓ ଜୀବନ୍ତ ନାଟ୍ୟଭାଷାର ସମନ୍ୱୟରେ ଏହା ଦର୍ଶକଙ୍କୁ ଏକ ଅଲୌକିକ ଅନୁଭୂତିରେ ନେଇଯାଏ। ଶେଷରେ ଏହା ସ୍ଥାପନା କରେ ଯେ, ଭକ୍ତିର ପଥରେ ଚାଲୁଥିବା ମଣିଷ କେବେ ଏକା ନୁହେଁ, କାରଣ ତାଙ୍କ ହାତ ଧରି ସ୍ୱୟଂ ଭଗବାନ ଚାଲିଥାନ୍ତି। ନାଟ୍ୟ ରଚନା ଓ ନିର୍ଦ୍ଦେଶନ ଡ଼ାକ୍ତର ସୁବାସ ଚନ୍ଦ୍ର ପ୍ରଧାନ ସଂଗୀତ-ଗୌରୀଶଙ୍କର କୁମ୍ଭାର, ପ୍ରଛଦ ସଂଗୀତ- ବିନୟ ପ୍ରଧାନ ମଞ୍ଚ ପରିକଳ୍ପନା- ଡ଼ାକ୍ତର ଶ୍ୟାମସୁନ୍ଦର ପାଣ୍ଡେ, ଆଲୋକ-ଜେନାମଣି ସେଠ, ଭବେଶ ପ୍ରଧାନ
ଶିଶୁ କର୍ମାବାଇ – ଖୁସି କୁମାରୀ ଜେନା, କର୍ମା ବାଇ – ମମତା ମାଇତି,ଶ୍ରୀକୃଷ୍ଣ – ଦିବ୍ୟରଞ୍ଜନ ସାହୁ, ଜୀବନ ରାମ – ମନୋରଞ୍ଜନ ନାୟକ, ରତନୀ ଦେବୀ – ସଂଯୁକ୍ତା ସାବତ,ସୂତ୍ରଧର (୧) – ସୌଭାଗ୍ୟ ରଞ୍ଜନ ସାହୁ,ସୂତ୍ରଧର (୨) – ନରେନ୍ଦ୍ର ନାହାକ, ଗଜପତି – ଯୁବରାଜ ସିଂ ,ମାଧବ ଦାସ -ମନୋରଞ୍ଜନ ନାୟକ,ବଡ଼ ପଣ୍ଡା – ଗୋବିନ୍ଦ ପରିଡ଼ା, ପଣ୍ଡା (୧)- ଅମରେନ୍ଦ୍ର ପ୍ରତାପ ସିଂ,ପଣ୍ଡା (୨)- ଅଭିଜିତ୍ ବାଗ,ପଣ୍ଡା (୩) – ଶରତ ଚନ୍ଦ୍ର ସାହୁ, ପଡୋଶୀ ପୁଅ – ବେଦବ୍ୟାସ ହରିପାଲ,ପଡୋଶୀ ଝିଅ- ବର୍ଷାରାଣୀ ଧଳ କୋରୋଷ – ମିଲୁତସ୍ୟ ସୁନା, ଫକୀର ମେହେର, ସାନିଆ ବେହେରା, ତନୁଜା ମେହେର, ବିବେକ ମେହେର,ପ୍ରମୁଖ ଅଭିନୟ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ରେ ଗୌରୀ ଶଙ୍କର କୁମ୍ଭାର ଓ ସଙ୍ଗୀତ ପରିଚାଳନା ରେ ବିନୟ କୁମାର ପ୍ରଧାନ ଓ ଆଲୋକ ସମ୍ପାତ ରେ ଜେନାମଣି ଶେଠ୍ ଏବଂ ସନ୍ତୋଷ ସାହୁ