ବିଜେଡିର ଘର କଳି ଏବେ ପଦାରେ। ବିଜେପି ନେତା ଜ୍ଞାନେନ୍ଦ୍ର ସ୍ବାଇଁ ଖୋଲିଦେଲେ ଗୁମର।

ରିପୋର୍ଟ୍ _ରାଜେଶ୍ ବେହେରା

ଚୌଦ୍ୱାର ପୌରପାଳିକାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର କଟକ ଜିଲ୍ଲାପାଳଙ୍କୁ ଲେଖିଥିବା ଏକ ଚିଠି ସାମ୍ନାକୁ ଆସିବା ପରେ ପ୍ରସଙ୍ଗଟି ନୂଆ ମୋଡ଼ ନେଇଛି। ଚିଠିରେ ଚୌଦ୍ୱାର ପୌରପାଳିକା ପାଇଁ ପ୍ରେମଚାନ୍ଦ ନାୟକଙ୍କୁ ପ୍ରତିନିଧି ଭାବେ ଉଲ୍ଲେଖ କରାଯାଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ ଆଜି ଚୌଦ୍ୱାର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେଥିରେ ଏହି ନିଯୁକ୍ତି କେଉଁ ନିୟମ ଓ ଆଧାରରେ କରାଯାଇଛି ଏବଂ ପୌରପାଳିକା ପକ୍ଷରୁ ଏହାକୁ କିପରି ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ପରେ ଜ୍ଞାନେନ୍ଦ୍ର ସ୍ୱାଇଁ କହିଛନ୍ତି, ଏହି ପ୍ରସଙ୍ଗକୁ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିବାରୁ ପୌରପାଳିକା ପକ୍ଷରୁ ସ୍ପଷ୍ଟ ଉତ୍ତର ଆସିବା ଆବଶ୍ୟକ। ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ତେବେ ଏହି ପ୍ରସଙ୍ଗରେ ପୌରପାଳିକା, କଟକ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟସଭା ସାଂସଦଙ୍କ ପକ୍ଷରୁ ଆନୁଷ୍ଠାନିକ ସ୍ପଷ୍ଟୀକରଣ ଆସିବା ପରେ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହୋଇପାରିବ।

Leave A Reply

Your email address will not be published.