ବାଙ୍କୀ ରେ ଭାଜପା ଯୁବନେତା ତୁଷାର ଙ୍କ ବନ୍ୟା ସମୀକ୍ଷା
ବାଙ୍କୀ (ପୁର୍ଣ୍ଣେନ୍ଦୁ ନାୟକ ) ଆଜି ଶନିବାର ଏବଂ ଗତକାଲି ବାଙ୍କୀ ଭାରତୀୟ ଜନତା ପାର୍ଟିର ଯୁବ ନେତା ତଥା ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ତୁଷାରକାନ୍ତ ଚକ୍ରବର୍ତ୍ତୀ ବାଙ୍କୀ ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ଳାବିତ ବିଭିନ୍ନ ଗ୍ରାମ ପଞ୍ଚାୟତ ବୁଲି ଜନସାଧାରଣଙ୍କ ସମସ୍ୟାମାନ ବୁଝିଥିଲେ | ଏବଂ ବନ୍ୟା ଜଳ ଛାଡିଲେ ଚାଷ ସମ୍ବନ୍ଧୀୟ ସମସ୍ତ ଫସଲର କ୍ଷୟକ୍ଷତିକୁ ସରକାରୀ ସ୍ତରରେ ତୁରନ୍ତ ଆକଳନ କରାଯିବା ପାଇଁ ଆଶ୍ୱାସନା ଦେଇ କହିଥିଲେ ଆମ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହାନଦୀରେ ଆସଥିବା ବନ୍ୟା ଦ୍ୱାରା ପ୍ରଭାବିତ ଆମ ଅଞ୍ଚଳର ଚାଷ ଏବଂ ଚାଷୀଙ୍କ ଦୁଃଖ ନିଶ୍ଚୟ ବୁଝିବେ | ମୁଁ ମଧ୍ୟ ଏ କ୍ଷୟକ୍ଷତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ନିଶ୍ଚୟ ପଦକ୍ଷେପ ନେବି । ଶ୍ରୀଯୁକ୍ତ ଚକ୍ରବର୍ତ୍ତୀ ଗତକାଲି ଡ଼ମପଡା ବ୍ଲକର ଶିମିଳିପୁର,ବିଲିପଡା ପଞ୍ଚାୟତ,ବାଙ୍କୀ ବ୍ଲକର ଅନୁଆରୀ,ଵ୍ରହ୍ମପୁରା ପଞ୍ଚାୟତ ଏବଂ ଆଜି ବାଙ୍କୀ ବ୍ଲକର ସୁଵର୍ଣପୁର,ଓସ୍ତିଆ, କଦଳିବାଡ଼ି ଏବଂ କନ୍ତପହଁରା ଗ୍ରାମପଞ୍ଚାୟତ ବୁଲି ବନ୍ୟା ପ୍ଳାବିତ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସରକାରୀ ସ୍ତରରେ ସହଯୋଗ ପାଇଁ ଆଶ୍ୱାସନା ଦେଇଥିଲେ ।