ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଭଉଣୀ ମାନଙ୍କ ସହିତ ବିଧାୟକଙ୍କ ରକ୍ଷାବନ୍ଧନ ପାଳନ

ଧର୍ମଶାଳା,୨୭ । ୮( କଳିଙ୍ଗ ୭ନିୟୁଜ୍) ରକ୍ଷା ବନ୍ଧନ କେବଳ ଏକ ସୂତା ନୁହେଁ । ଏହା ହେଉଛି ଜୀବନ ସାରା ଭଉଣୀଙ୍କୁ ରକ୍ଷା କରିବାର ପ୍ରତିଜ୍ଞା ।

ଆଜି ହେଉଛି ବବିତ୍ର ରକ୍ଷାବନ୍ଧନ ପର୍ବ ଦେଶ ସାରା ମହା ଆଡମ୍ବର ସହକାରେ ଏହି ପର୍ବ ପାଳିତ ହେଉଛି । ଭାଇ ଭଉଣୀର ଏହି ଅତୁଟ ସ୍ନେହ ଓ ବିଶ୍ୱାସର ପର୍ବ ଆଜି ଘରେ ଘରେ ପାଳିତ ହୋଇଛି । ଏହିକ୍ରମରେ ଆଜି ଏକ ନିଆରା ଢଙ୍ଗରେ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ପରିସରରେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୪ ଗୋଟି ପଂଚାୟତର ଭଉଣୀ ମାନଙ୍କ ସହିତ ରକ୍ଷାବନ୍ଧନ ଉତ୍ସବ ପାଳନ କରିଛନ୍ତି ଧର୍ମଶାଳା ବିଧାୟକ ହିଂମାଂଶୁ ଶେଖର ସାହୁ । ଏହି ପବିତ୍ର ପର୍ବ ଅବସରରେ ଆଜି ସକାଳୁ ବିଧାୟକ ଶ୍ରୀ ସାହୁ ଷ୍ଟାଡିୟମ ହଲରେ ପହଁଚି ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତରୁ ଆସିଥିବା ଭଉଣୀ ଓ ମାମାନଙ୍କର ଆଶିର୍ବାଦ ନେବା ସହ ସେମାନଙ୍କ ଠାରୁ ନିଜ ହାତରେ ରାକ୍ଷୀ ବାନ୍ଧିଥିଲେ । ଏକ ନିଆରା ଢଙ୍ଗରେ ବିଧାୟକ ଶ୍ରୀ ସାହୁ ନିଜ ନିର୍ବାଚନ ମଣ୍ଡଳୀର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଭଉଣୀ ମାନଙ୍କ ଠାରୁ ରାକ୍ଷୀ ବାନ୍ଧିଥିଲେ । ଭଉଣୀମାନେ ବିଧାୟକଙ୍କ ମୁଣ୍ଡରେ ସିନ୍ଦୁର ଟୋପା ଲଗାଇବା ସହିତ ବନ୍ଦାପନା କରି ତାଙ୍କ ହାଟରେ ରାକ୍ଷୀ ବାନ୍ଧିଥିଲେ । ବପିତ୍ର ରକ୍ଷାବନ୍ଧନ ଅବସରରେ ନିର୍ବାଚନମଣ୍ଡଳୀରେ ରହୁଥିବା ସମସ୍ତ ଭଉଣୀମାନଙ୍କ ସୁରକ୍ଷା ଦାୟିତ୍ୱ ତାଙ୍କର ବୋଲି ବିଧାୟକ ଶ୍ରୀ ସାହୁ କହିଥିଲେ । ଏହି ପର୍ବରେ ବିଧାୟକଙ୍କୁ ଭଲ ପାଇବାର ଏକ ନିଦର୍ଶନ ଆଜି ଦେଖିବାକୁ ମିଳିଥିଲା । ପବିତ୍ର ରକ୍ଷାବନ୍ଧନ ପର୍ବରେ ଭଉଣୀମାନଙ୍କର ଉତ୍ସାହ ଉଦ୍ଦିପନା ସ୍ପଷ୍ଟ ବାରି ହୋଇଯାଉଥିଲା । ଏହି ଅବସରରେ ବିଧାୟକ ଶ୍ରୀ ସାହୁ ସମସ୍ତ ଭଉଣୀ ଓ ମାମାନଙ୍କୁ ଉପହାର ସ୍ୱରୁପ ସାଢୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.