କଟକରେ ଧୁମଧାମରେ ହିନ୍ଦୁ ନବବର୍ଷ ପାଳନ” ସମାଜସେବୀଙ୍କୁ ସମ୍ମାନ 2026

"ସମାଜସେବୀଙ୍କୁ ସମ୍ମାନ 2026

ହିନ୍ଦୁ ନବବର୍ଷ ଉତ୍ସବ ପାଳନ
କଟକ ୨୧/୩: ସୃଷ୍ଟିର ଆରମ୍ଭ ଦିନ ଠାରୁ ଅନାଦି କାଳରୁ ଭାରତ ତଥା ହିନ୍ଦୁ ସମାଜରେ ବର୍ଷର ଆରମ୍ଭ ରୂପେ ପାଳନ କରାଯାଇଥାଏ। ସମସ୍ତ ପ୍ରକାର ଭେଦଭାବ ଭୁଲି ଭାରତରେ ଚୈତ୍ର ଶୁକ୍ଳ ପ୍ରତିପଦା, ଯୁଗାଦି 5128, ବିକ୍ରମ ସମ୍ବଦ 2083 ଦିବସ ଅର୍ଥାତ୍ ଇଂରାଜୀ 19/03/26 ରିଖ ଗୁରୁବାର ଦିନ ରାଷ୍ଟ୍ର ନବବର୍ଷ ରୂପେ ପାଳନ କରାଯାଉଅଛି।

ଉକ୍ତ ପରିପରିପ୍ରେକ୍ଷୀ ରେ ଧର୍ମ ଜାଗରଣ ସମନ୍ୱୟ ,କଟକ ତରଫରୁ ସଂଯୋଜକ ମନୋହର ମହନ୍ତଙ୍କ ପ‌ୌରହିତ୍ୟରେ ଶତାବ୍ଦୀ ଭବନଠାରେ ହିନ୍ଦୁ ନବବର୍ଷ ଉତ୍ସବ ପାଳନ କାର୍ଯ୍ୟକ୍ରମ କରାଯାଇଅଛି। ମୁଖ୍ୟ ଅତିଥି ରୂପେ ଧର୍ମ ଜାଗରଣ ପୂର୍ବ ଭାରତ କ୍ଷେତ୍ର ପ୍ରମୁଖ ଶ୍ରୀଯୁକ୍ତ ବିନୟ କୁମାର ଭୂୟାଁ, ସମ୍ମାନୀୟ ଅତିଥି ରୂପେ ପ୍ରାନ୍ତ ସହ ନିଧି ପ୍ରମୁଖ ଧ୍ରୁବ ଚରଣ ବେହେରା ଯୋଗ ଦେଇଥିଲେ। ସାଂସ୍କୃତିକ, ବୈଦିକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା। ଛୋଟ ଛୋଟ ସ୍କୁଲ ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ଭକ୍ତି ସଙ୍ଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ଦୁଇ ଜଣ ସମାଜ ସେବୀ ଡ଼ଃ ତୋଫାନ ଦାସ ଓ ଆର ରାମବାବୁଙ୍କୁ ନିଜ ନିଜ ସ୍ତରରେ ଜନସେବା କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ହିନ୍ଦୁ ନବବର୍ଷ ସମ୍ମାନ 2026 ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଜନ ତଥା ଗୋ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 16 ସମାଜ ସେବା ଅନୁଷ୍ଠାନକୁ ହିନ୍ଦୁ ନବବର୍ଷ ସମ୍ମାନ 2026 ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଦୀପ୍ତ ନାୟକ, ମୃତ୍ୟୁଞ୍ଜୟ ନାୟକ, ସାର୍ଥକ ନାୟକ, ଦୀପକ ସାହୁ, ଗୋପିନାଥ ସେଠୀ, ସିଭା ମହାନ୍ତି, ସଂଯୁକ୍ତା ପାତ୍ର, ସିବ ଶଙ୍କର ସାହୁ, ପଙ୍କୋଜ ମହାପାତ୍ର, ରିନା ନାୟକ, ପ୍ରିୟା ମହାପାତ୍ର, ସୋମନାଥ ସତପଥୀ, କାମାକ୍ଷା ବେହେରା, ଦିଲ୍ଲୀପ୍ ରାୟ,, ଅମୁଲ୍ୟ ବେହେରା, ଖିରୋଦ ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଶେଷରେ ବିଶ୍ଵଜିତ ମହାନ୍ତି ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.