ରଜନୀକାନ୍ତ ନାୟକ ସଂଗୀତ ସନ୍ଧ୍ୟା’

..ନଖି ନାନୀ ପୁଅ ଭଗିଆ....ଶଗଡ ଉପରେ ବସିଛି...ପାନ ଖିଲି ଖିଲି ଖାଉଛି

 

“ରଜନୀକାନ୍ତ ନାୟକ ସଂଗୀତ ସନ୍ଧ୍ୟା’

କଟକ (କଳିଙ୍ଗ ୭ ନିୟୁଜ୍ ) ଆସନ୍ତା ୧୯,୦୪,୨୦୨୬ ସନ୍ଧ୍ୟା ୬.୦୦ ଘଟିକା ସମୟରେ କଟକର ଚୌଧରୀ ବଜାର ସ୍ଥିତ ସହିଦ ଭବନରେ ପ୍ରଖ୍ୟାତ
ଗୀତିକାର ରଜନୀ କାନ୍ତ ନାୟକଙ୍କ ”ସଙ୍ଗୀତ ସନ୍ଧ୍ୟା” କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ “ଆମେ କଳାକାର” ଅନୁଷ୍ଠାନର ସଦସ୍ୟ ବୃନ୍ଦ ସାଦରେ ନିମନ୍ତ୍ରଣ କରିଛନ୍ତି ।ସମସ୍ତଙ୍କ ବିନମ୍ର ଉପସ୍ଥିତି ଏହି ସନ୍ଧ୍ୟାର ଆକର୍ଷଣ ଏବଂ ଗୌରବକୁ ନିଶ୍ଚିତ ବୃଦ୍ଧି କରିବ। କାରଣ ସଂସ୍କୃତି, ସଙ୍ଗୀତ ଏବଂ ଏକତାର ଏକ ସନ୍ଧ୍ୟା ପାଳନ କରିବା ପାଇଁ ଏକାଠି
ହୋଇ ଆନନ୍ଦ ଏବଂ ହର୍ଷୋଲ୍ଲାସରେ ଓଡିଆ ନୂତନ ବର୍ଷକୁ ସ୍ଵାଗତ କରୁଛୁ ବୋଲି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ପରେଶ ନାଥ ଦାସ ମତ ରଖିଛନ୍ତି ।” ନଖି ନାନୀ ପୁଅ ଭଗିଆ”, “ବାଟ ଛାଡ ଆସୁଛି ଦଶହରା ବଜାର ମେଢ”, ” ତୁମେ ଏତେ ଭଲ ବୋଲି” ଓ ” ଶହେ ଆଠ ବେଲପତ୍ର ଶହେ ଆଠ ଚମ୍ପା” ଆଦି ସୁପର ହିଟ୍ ଗୀତ ଗୁଡିକ ପ୍ରସିଦ୍ଧ ଗୀତିକାର ରଜନୀକାନ୍ତ ନାୟକଙ୍କ କଲମ ମୁନରୁ ଜନ୍ମ ନେଇ ଓଡିଶା ବାସୀଙ୍କ ହୃଦୟ ରେ ଏକ ଏକ ବିଶେଷ ସ୍ଥାନ ଅଧିକାର କରିପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସିଏମସି ମେୟର ସୁବାଷ ଚନ୍ଦ୍ର ସିଂ, ସମ୍ମାନିତ
ଅତିଥି ଭାବେ ବାରବାଟୀ କଟକ ବିଧାୟିକା ଇଂ ସୋଫିଆ ଫିଦୋଷ ଏବଂ ବରେଣ୍ୟ ଅତିଥି ଭାବେ ଡଃ
ନିରଞ୍ଜନ ତ୍ରିପାଠୀ, ମୋନାଲିସା ଦାସ (ଚେୟାରମ୍ୟାନ, ସିଏମସି),ଓ ଶ୍ରୀତମ ଦାସ (ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା) ଯୋଗ ଦେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି।ଉକ୍ତ ସନ୍ଧ୍ୟାରେ ଶେଖର ଘୋଷ, ସୁଭାଷ ଦାସ, ଦେବାଶିଷ ମହାପାତ୍ର, ମହମ୍ମଦ
ଆବିଦ୍, କୁମାର ବାପି ପ୍ରମୁଖ କଣ୍ଠଶିଳ୍ପୀ ମାନେ ଯୋଗଦାନ କରି ରଜନୀକାନ୍ତ ନାୟକଙ୍କ
ଲିଖିତ ଗୀତ ଗୁଡିକୁ ପରିବେଷଣ କରିବେ । ଏହି ସାମ୍ବାଦିକ ସମ୍ମିଳନୀ ରେ ରଜନୀକାନ୍ତ ନାୟକ, ଜୟଶ୍ରୀ ନାୟକ, ଗୀତା ନାୟକ, ପରେଶ ନାଥ ଦାସ ସମ୍ପାଦକ, ମହମ୍ମଦ ଆବିଦ, ଅଶୋକ ବିଶ୍ୱାସ, ପ୍ରଦୀପ ଜେଠୀ, ପ୍ରଶାନ୍ତ ପରିଜା, ବିଚିତ୍ରା ନନ୍ଦ ମହାପାତ୍ର, ସନାତନ ଦାସ, ପ୍ରଫୁଲ୍ଲ ସାହୁ. ତିରୁପତି ବକ୍ସି, ସୁବାସ ଦାସ, ଗଙ୍ଗାଧର ସାହୁ ଏବଂ ରାମ ଗୋପାଲ ଅଗରୱାଲ ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.