ସମାଜବିକାସ କର୍ମଜୀବି କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ଉଦଘାଟିତ।

ସମାଜବିକାସ କର୍ମଜୀବି କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ଉଦଘାଟିତ।

ଚଣ୍ଡିଖୋଲ୧୬/୪(କଳିଙ୍ଗ ୭ ନିୟୁଜ୍ ) ଦିନକୁ ଦିନ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଆଜି ଚଣ୍ଡିଖୋଲ ସ୍ଥିତ ସମାଜବିକାସ କର୍ମଜୀବି କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପଥଚାରୀ ମାନଙ୍କୁ ସୁ ସ୍ୱାଦୁ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଅଣ ସଂଗଠିତ ଶ୍ରମିକ ସଙ୍ଘ ସମନ୍ଵୟ କମିଟି ରାଜ୍ୟ ସଭାପତି ନୃସିଂହ ଚରଣ ମିଶ୍ର,ସମ୍ମାନିତ ଅତିଥି ଭାବେ ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନ୍ ର ସଭାପତି ଦେବାରାଜ୍ ବେହେରା, ସମ୍ପାଦକ୍ ପ୍ରକାଶ ଚନ୍ଦ୍ର ଦାସ , ସମିତି ସଭ୍ୟ ଜଗନ୍ନାଥ, ମୁଦୁଲି ପ୍ରମୁଖ ଯୋଗଦେଇ ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ର ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାର୍ତ୍ତିକ ବେହେରା, ତରୁଣ ଖଣ୍ଡେୟୀ, ରାକେଶ ବେହେରା, ମନୋଜ କୁମାର ସାହୁ, ବସୁଦେବ ସାହୁ ସମେତ ସ୍ତିତିପ୍ରଜ୍ଞା ବାରିକ, ରାଜଶ୍ରୀ ମହାରଣା, ଶୁଭଶ୍ରୀ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ ଶେଷରେ ସମାଜ ବିକାଶ କର୍ମଜୀବି କଲ୍ୟାଣ ଟ୍ରଷ୍ଟ ର ପରିଚାଳକ ରମେଶ ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଦୁଇ ମାସ ଧରି ଚାଲିବ ବୋଲି କର୍ମକର୍ତା ଙ୍କ ଠାରୁ ପ୍ରକାଶ।

Leave A Reply

Your email address will not be published.