ପ୍ରେସ କ୍ଲବ ଚଣ୍ଡିଖୋଲ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ ପାଳିତ ।

ପ୍ରେସ କ୍ଲବ ଚଣ୍ଡିଖୋଲ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ ପାଳିତ ।

ଚଣ୍ଡିଖୋଲ (କଳିଙ୍ଗ ୭ ନିୟୁଜ୍ ) ଓଡ଼ିଆ ଜାତୀୟତାବାଦ ର ମନ୍ତ୍ର ଦାତା, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ମୁଖ୍ୟ ବିନ୍ଧାଣୀ ଓ ଓଡ଼ିଆ ସ୍ୱାଭିମାନ ର ପ୍ରତୀକ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ୧୭୮ତମ ଜୟନ୍ତୀ ଆଜି ପ୍ରେସ କ୍ଲବ ଚଣ୍ଡିଖୋଲ ଠାରେ ଅନୁଷ୍ଟିତ ହୋଇଯାଇଛି। ପ୍ରେସ କ୍ଲବ ର ସଭାପତି ବେଣୁଧର ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବକ୍ତା ମାନେ ଇଂରେଜ ଶାସନ କାଳରେ ଓଡ଼ିଆ ଜାତିକୁ ଆତ୍ମ ପରିଚିତିର ସଙ୍କଟରୁ ଉଦ୍ଧାର କରିବା ରେ ତାଙ୍କର ଭୂମିକା, ଜଣେ ଓକିଲ,ସାମ୍ବାଦିକ, ଲେଖକ, ବିଧାନ ପରିଷଦ ସଦସ୍ୟ, ରାଜନେତା, ସମାଜ ସଂସ୍କାରକ ଭୂମିକା ରେ ଓଡ଼ିଶା ବାସୀଙ୍କ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ନିଜ ସମଗ୍ର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି,ଦିଲ୍ଲୀପ କୁମାର ମହାନ୍ତି, ଉପ ସଭାପତି ପ୍ରଶାନ୍ତ କୁମାର ଜେନା,ସମରେନ୍ଦ୍ର ମାହାଲା, ସଂପାଦକ ହେମଶ କୁମାର ଜେନା,ସହସଂପାଦକ,ଏସ କେ ସବିର,କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ବିଶ୍ବାଳ। ଅଭିମନ୍ୟୁ ଧଳ,ଶିବ ରାମ ସାହୁ,ପ୍ରତାପ କେଶରୀ ରାଉତରାୟ, ନରେନ୍ଦ୍ର କୁମାର ରାଉତ, ମୋହନ ଖିଲାର ଭାରତ ଭୁଷଣ ପଣ୍ଡା,ସଂଜୟ କୁମାର ସ୍ଵାଇଁ,ଗୁଲାମ୍ ଅରିଫ୍,ସେକ୍ ସବିରୁଦ୍ଦିନ୍,ପ୍ରତାପ ଗୋଛାୟତ, ଦିଲ୍ଲୀପ କୁମାର ସାହୁ, ସୁରେନ୍ଦ୍ର ନାଥ ସାମଲ୍, ଅଜିତ୍ କୁମାର ମିଶ୍ର , ଚିନ୍ମୟ କୁମାର ପୃଷ୍ଟି, ଅଜୟ କୁମାର ଦାସ,ରଶ୍ମି ରଞ୍ଜନ ବିଶ୍ୱାଳ, ସୁଶୀଲ କୁମାର ଜେନା,ମନୋଜ କୁମାର ସାହୁ,ତ୍ରିଲୋଚନ ବେହେରା,ବେଦ ପ୍ରକାଶ ଦାସ,ପ୍ରମୁଖ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।

Leave A Reply

Your email address will not be published.