ଧର୍ମଶାଳା,୮ । ୫(କଳିଙ୍ଗ ୭ ନିୟୁଜ୍ ): ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ବିଦୟକଙ୍କ ଦ୍ୱାରା ମାରାଥନ ଭିତି ପ୍ରସ୍ତର କରାଯାଇଛି । ଜାରକା ନିକଟସ୍ଥ ଭାଲୁଖାଇ ବ୍ର।।ହ୍ମଣୀ ନଦୀକୁଳରେ ଅବସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ମଣ୍ଡପ ଓ ପାର୍କ ଏବଂ ଭାଲୁଖାଇ ଠାରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ଏକ ଭଭ୍ୟ ମନ୍ଦିର ଓ ଭକ୍ତ ନିବାସ ନିର୍ମାଣ ସହିତ ଜାରକା କୁମାରୀ ଗ୍ରାମରେ ଲକ୍ଷ୍ମୀ ପୂଜା ମଣ୍ଡପ ପରିସରରେ ନୂତନ ଭାବେ ଲକ୍ଷ୍ମୀ ମନ୍ଦିର, ତାରିଣି ମନ୍ଦିର ଓ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଆଜି ଭିତିପ୍ରସ୍ତର କରାଯାଇଛି ।

ସୂଚନା ମୁତାବକ ଭାଲୁଖାଇ ଠାରେ ଏକ ଜଗନ୍ନାଥ ମନ୍ଦିର ରହିଥିବା ବେଳେ ଏହାର ଉନ୍ନତିକରଣ ପାଇଁ କମିଟି ପକ୍ଷରୁ ସଦାସର୍ବଦା ଚେଷ୍ଟା ଜାରିରହିଛି । ଇତିମଧ୍ୟରେ ମନ୍ଦିର କମିଟିର ନିଷ୍ପତିକ୍ରମେ ଓ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମକ୍ରମେ ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବା ଲାଗି ଉଦ୍ୟମ କରାଯାଇଥିଲା । ଆଜି ଶୁଭ ମୁହୁର୍ତରେ ସେଠାରେ ଜଗନ୍ନାଥଙ୍କ ଏକ ଭବ୍ୟ ମନ୍ଦିର ଓ ଭକ୍ତ ନିବାସର ଭିତିପ୍ରସ୍ତର କରାଯାଇଛି । ବିଧାୟକ ଶ୍ରୀ ସାହୁ, ଜିଲ୍ଲାପରିଷଦ ସଭ୍ୟ ଜଳଧର ମହାନ୍ତି,ସମାଜସେବୀ ମିନତୀ ସାହୁ, ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର, ବିଡିଓ ଜ୍ୟୋତିର୍ମୟ କର ପ୍ରମୁଖ ଯୋଗଦେଇ ଭିତି ପ୍ରସ୍ତର ଦେଇଥିଲେ । ଏହି ମୁହୁର୍ତରେ ପୁରି ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇଥିବା ବେଳେ ବାଡଗ୍ରାହୀ ତଥା ନୀଳମାଧବଙ୍କ ମୁଖ୍ୟ ପୂଜକ ଓ ତାଙ୍କ ପତ୍ନୀ ଆଜ୍ଞ୍ାମାଳ ନେଇ ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ପହଁଚିଥିଲେ । କମିଟି ସଦସ୍ୟମ।।ନେ ବାଡଗ୍ରାହୀଙ୍କୁ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ଜଗନ୍ନାଥ ମନ୍ଦିର କମିଟିର କାର୍ଯ୍ୟକାରୀ ସଭାପତି କଳ୍ପତରୁ ସାହୁ, ସମ୍ପାଦକ ମନୋଜ କୁମାର ରଣା, ପୁର୍ବତନ କୋଷାଧ୍ୟକ୍ଷ ଅଭୟ କୁମାର ରାଉତ, ନୂତନ ଭାବେ କୋହାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ଭରତ ଚନ୍ଦ୍ର ସେଠୀ, ସୁନିଲ କୁମର ରାଉତ, ଚିତରଞ୍ଜନ ଦାସ, ସବୟସାଚୀ ବେହେରା ପ୍ରମୁଖ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ପରେ ବିଧାୟକ ଶ୍ରୀ ସାହୁଙ୍କ ସହିତ ଉପସ୍ଥିତ ସମସ୍ତ ଅତିଥିମାନେ ଗୋକର୍ଣ୍ଣେଶ୍ୱର ମନ୍ଦିରକୁ ଯାଇ ସେଠାରେ ମନ୍ଦିରର ଉନ୍ନତି କରଣ ପାଇଁ ମଣ୍ଡପ ଓ ପାର୍କର ଶୁଭ ଭିତିପ୍ରସ୍ତର ଦେଇଥିଲେ । ପରେ ଅତିଥିମାନେ ଜାରକା କୁମାରୀ ଗ୍ରାମସ୍ଥିତ ଲକ୍ଷ୍ମୀ ମଣ୍ଡପକୁ ଯାଇ ସେଠାରେ ମା ଲକ୍ଷ୍ମୀ, ମା ତାରିଣୀଙ୍କ ମନ୍ଦିର ପଇଁ ଭିତିପ୬ସ୍ତର ଦେବା ସହ ସେଟାରେ ଏକ କଲ୍ୟାଣ ମଣ୍ଡପର ଭିତିପ୍ରସ୍ତର ଦେଇଥିଲେ । ସମସ୍ତ ସ୍ଥାନରେ ଯୁବ ସଙ୍ଗଠକ ରାଜେଶ କୁମାର ପାଳ, ଅଭିଷେକ ରାଉତ, ଦେବରାଜ ମିଶ୍ର, ଜିତେନ୍ଦ୍ର ରାଉତ, ତୀର୍ତରାଜ ପଣ୍ଡା,ଦେବଦତ ପଣ୍ଡା, ପ୍ରଦୀପ୍ତ ପରିଡା, ଚନ୍ଦ୍ରମଣି ପଣ୍ଡିତ, ଶରତ କୁମାର ନାୟକ, ଜାରକା ସରପଂଚ ସୁଦାମ ଚରଣ ବେହେରା ପ୍ରମୁଖ ବିଧାୟକଙ୍କ ହଜାର ହଜାର ସଂଖ୍ୟାରେ ସମର୍ଥକ ଉପସ୍ଥିତ ରହିଥିଲେ ।
—