ତ୍ରିଶା ଖବର” ଦୈନିକ ଖବର କାଗଜ ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ତ୍ରିସା ଖବର କାଗଜର ପ୍ରତିଷ୍ଠାତା ସମ୍ପାଦକ ବେଦ ପ୍ରକାଶ ନାୟକ

ବଡ଼ଚଣା (କଳିଙ୍ଗ୭ ନିୟୁଜ ) : ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଅମରାବତୀ ନିକଟ କଲ୍ୟାଣ ମଣ୍ଡପ ପରିସରରେ” ତ୍ରିଶା ଖବର” ଦୈନିକ ଖବର କାଗଜ ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ତ୍ରିସା ଖବର କାଗଜର ପ୍ରତିଷ୍ଠାତା ସମ୍ପାଦକ ବେଦ ପ୍ରକାଶ ନାୟକଙ୍କ ଅଧ୍ୟକ୍ଷତା ଓ ଉଦୀୟ ମାନ କଳା ପରିଷଦ ର ସାଂସ୍କୃତିକ କାର୍ଯ୍ୟକ୍ରମ ର ନିର୍ଦ୍ଦେଶକ ଅନିଲ କୁମାର ଦାସ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଷ୍ଣୁ ସାମନ୍ତରାୟ କଲେଜର ପୂର୍ବତନ ଅଧ୍ୟକ୍ଷ ପବିତ୍ର ମୋହନ ମାହାଲା ଯୋଗ ଦେଇ ବଡ଼ଚଣା ରେ ନୂତନ ଭାବେ ଲୋକାର୍ପିତ ହୋଇଥିବା ତ୍ରିସା ଦୈନିକ ଖବର କାଗଜକୁ ଖୁବ୍ ପ୍ରଶଂସା କରି ବଡ଼ଚଣା ରେ ନିରପେକ୍ଷ ଖବର ପ୍ରକାଶ ପାଇ ପାରିବ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବେ ସିଦ୍ଧ ଗିରି ଆଶ୍ରମର ଅଧ୍ୟକ୍ଷା ଆଜୀବନ ବ୍ରହ୍ମଚାରୀ ବାବା ବିଶ୍ଵନାଥ ଦାସ ଯୋଗ ଦେଇ ଖବର ପ୍ରକାଶ କ୍ଷେତ୍ରରେ ତ୍ରିସା ଖବର କାଗଜ ଛତିଆ ତଥା ବଡ଼ଚଣା ଅଞ୍ଚଳର ସୁନାମ ଅର୍ଜନ କରିବାରେ ସହାୟକ ହେବ ବୋଲି କହି ସମ୍ପାଦକ ବେଦ ପ୍ରକାଶ ନାୟକ ଙ୍କୁ ଖୁବ୍ ପ୍ରଶଂସା କରିଥିଲେ।ସମ୍ମାନିତ ଅତିଥି ଭାବେ ଚଣ୍ଡିଖୋଲ ପ୍ରେସ କ୍ଳବ୍ ର ସଭାପତି ବେଣୁଧର ପଣ୍ଡା ଯୋଗ ଦେଇ ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି କହି ସମ୍ପାଦକଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସମ୍ମାନିତ ଅତିଥି ଭାବେ ଛତିଆ ସରପଂଚ ରମେଶ ଚନ୍ଦ୍ର ପୃଷ୍ଟି,ସୁ ସାହିତ୍ୟିକ ପ୍ରକାଶ ବେହେରା, ପ୍ରମୁଖ ଯୋଗ ଦେଇଥିଲେ।ଚଣ୍ଡିଖୋଲ ଉଦୀୟମାନ କଳା ପରିଷଦ ପକ୍ଷରୁ ସ୍ଵାଗତ ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଥିଲା।ସମସ୍ତ ଅତିଥି,ନୃତ୍ୟ ଶିଳ୍ପୀ , ବହୁ ସାମ୍ବାଦିକ ଓ ବିଭିନ୍ନ ସ୍ଥାନ ବଲାଙ୍ଗୀର,ଢେଙ୍କାନାଳ,ଭୁବନେଶ୍ୱର,ପୁରୀ,ଛତିଆ ରୁ ଆସିଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ଶିବରାମ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.