ବାଙ୍କୀ, ୯/୭: (କଳିଙ୍ଗ ୭ ନିୟୁଜ )(ପୁର୍ଣ୍ଣେନ୍ଦୁ ନାୟକ )ରାଷ୍ଟ୍ରୀୟ ସର୍ବବୃହତ ସାମ୍ବାଦିକ ସଙ୍ଘ ଭଏସ ଅଫ ମିଡ଼ିଆ ର ରାଷ୍ଟ୍ରୀୟ ସଭାପତି ଶ୍ରୀ ସମ୍ବିତ କାଲେ ଙ୍କ ପ୍ରସ୍ତାବ ରେ ଏବଂ ରାଜ୍ୟ ସଭାପତି ଡ. ପ୍ରଭାତ କୁମାର ମିଶ୍ର ଙ୍କ ନିର୍ଦେଶ ରେ ଆଜି ଓଡିଶା ର ସାମ୍ବାଦିକମାନଙ୍କ ଭତ୍ତା, ସୁରକ୍ଷା ଏବଂ କଲ୍ୟାଣ ଭଳି ପାଞ୍ଚ ଦଫା ଦାବୀ ନେଇ ଭଏସ ଅଫ ମିଡ଼ିଆ କଟକ ଜିଲ୍ଲା ସମ୍ପାଦକ ଶୁଶାନ୍ତ କୁମାର ନାୟକ ଏବଂ ଜିଲ୍ଲା ସଂଯୋଜକ ଅଶୋକ କୁମାର ଦାସଙ୍କ ନେତୃତ୍ୱ ରେ ଆଜି ବାଙ୍କୀ ଉପ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଭଏସ ଅଫ ମିଡ଼ିଆର କଟକ ଜିଲ୍ଲାର ସମସ୍ତ ସଦସ୍ୟ ଏବଂ ବାଙ୍କୀ ପ୍ରେସ କ୍ଳବ ସଭାପତି ବଳଭଦ୍ର ପଣ୍ଡା, ରାଜ୍ୟ ସଂଯୋଜକ ପୁର୍ଣ୍ଣେନ୍ଦୁ ନାୟକ ଙ୍କ ନେତୃତ୍ୱରେ ଏହି ଦାବିପତ୍ର ଦିଆଯାଇଥିଲା | ଦାବିପତ୍ରରେ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ, ମାସିକ ଭତ୍ତା ପ୍ରଦାନ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ସୁବିଧା, କର୍ତ୍ତବ୍ୟ ପାଳନ ସମୟରେ ଆକ୍ରମଣ ଘଟିଲେ ତ୍ୱରିତ ଆଇନଗତ ପଦକ୍ଷେପ, ସାମ୍ବାଦିକ କଲ୍ୟାଣ ପାଣ୍ଠିର ସୁଦୃଢ଼ୀକରଣ ଏବଂ ଗ୍ରାମାଞ୍ଚଳର ସାମ୍ବାଦିକମାନଙ୍କୁ ସମ୍ମାନ ସୁବିଧା ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ସାମିଲ ରହିଛି।ଭଏସ ଅଫ ମିଡ଼ିଆ ପକ୍ଷରୁ କୁହାଯାଇଛି ଯେ, ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜକୁ ନିରପେକ୍ଷ ଓ ସତ୍ୟ ସୂଚନା ପ୍ରଦାନ କରୁଥିବାରୁ ସେମାନଙ୍କ ସୁରକ୍ଷା, ସମ୍ମାନ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ। ଏହାକୁ ଅନ୍ୟ ରାଜ୍ୟ ମାନେ ଗ୍ରହଣ କରିସାରିଥିବା ବେଳେ ଓଡିଶା ସେଥିରୁ ବହୁ ପଛରେ ରହିଛି | ସଂଗଠନ ଆଶା ପ୍ରକାଶ କରିଛି ଯେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ନ୍ୟାୟସଙ୍ଗତ ଦାବିକୁ ସକାରାତ୍ମକ ଭାବେ ବିଚାର କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଏହି ଦାବିଗୁଡ଼ିକର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ଭଏସ ଅଫ ମିଡ଼ିଆ ପକ୍ଷରୁ ରାଜ୍ୟବ୍ୟାପୀ ବୃହତ୍ତର ଆନ୍ଦୋଳନ କରାଯିବ ବୋଲି ସଂଗଠନ ରାଜ୍ୟ ସଂଯୋଜକ ପୁର୍ଣ୍ଣେନ୍ଦୁ ନାୟକ ଓ ଜିଲ୍ଲା ସମ୍ପାଦକ ଶୁଶାନ୍ତ କୁମାର ନାୟକ ଙ୍କ ସମେତ ଭଏସ ଅଫ ମିଡ଼ିଆର ସମସ୍ତ ସଦସ୍ୟ ଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.