ଭୁବନେଶ୍ୱର (କଳିଙ୍ଗ ୭ନିୟୁଜ୍ଶ) ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପୁରୀ ଜିଲ୍ଲା ତରଫରୁ ସମସ୍ତଙ୍କ ପାଇଁ ” ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ” ଯୋଜନାର ସଫଳ ରୂପାୟନ ନିମନ୍ତେ ବେସରକାରୀ ମହାବିଦ୍ୟାଳୟମାନଙ୍କରେ ୨୦୦୮ ପରେ ନିଯୁକ୍ତି ପାଇଥିବା ଅଧ୍ୟାପକ କର୍ମଚାରୀମାନଙ୍କ ପାଇଁ ଅନୁଦାନ ନୀତି ୨୦୦୮-୨୦୧୮ ପ୍ରଣୟନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳ ମହୋଦୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ସୂଚନାଯୋଗ୍ୟ ବେସରକାରୀ ମହାବିଦ୍ୟାଳୟରେ ୨୦୦୮ ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ କମିଟିର ଘୋଷଣା କରିଥିଲେ l କମିଟିର କାର୍ଯ୍ୟକାଳ ଛଅ ମାସ ଥିଲା l କମିଟି ମଧ୍ୟ ଗତ ଜୁନ ମାସରେ ତାର ରିପୋର୍ଟ ପ୍ରଦାନ କରିସାରିଛି l ସରକାର ରିପୋର୍ଟ ଆଧାରରେ ଅନୁଦାନ ନୀତି ପ୍ରଣୟନ କରିବା ପରିବର୍ତ୍ତେ ସରକାର କେଜିରୁ ପିଜି ନିଶୁଳ୍କ ଶିକ୍ଷା ପ୍ରଦାନ ବ୍ୟବସ୍ଥା ପ୍ରଣୟନ କଲେ l ଏହି ଯୋଜନାର ସଫଳ ରୂପାୟନ ସେତେବେଳେ ସମ୍ଭବ ଯେତେବେଳେ ଅଧ୍ୟାପକ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ ହେବେ l ସମଗ୍ର ଓଡିଶାରେ ଶତକଡା ୯୦ ଭାଗ ଶିକ୍ଷାର ଭାର ବହନ କରୁଥିବା ଏହି ବେସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଅଧ୍ୟାପକ କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରି ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାକୁ ସଫଳ ରୂପାୟନ କରନ୍ତୁ l ଯଦି ସରକାର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ନୂତନ ଅନୁଦାନ ନୀତି #GIA2008_2018 ଘୋଷଣା ନ କରନ୍ତି ତେବେ ସଂଘ ପୁନର୍ବାର ଦୁର୍ବାର ଆନ୍ଦୋଳନର ପନ୍ଥାକୁ ଅବଲମ୍ବନ କରିବ, ସେଥିପାଇଁ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟି ରହିବେ l ଆଜିର କାର୍ଯ୍ୟକ୍ରମରେ ସଂଘର ପୁରୀ ଜିଲ୍ଲା ସଂଯୋଜକ ଅଧ୍ୟାପକ ନିଲୁ ନାୟକ, ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ଅଧ୍ୟାପକ ଜୀବନ ଦାଶ, ଖଣ୍ଡ ସଂଯୋଜିକା ଅଧ୍ୟାପିକା ଡ଼ଃ କବିତା ତିଆଡ଼ି, ଅଧ୍ୟାପିକା ମୋନାଲିସା ମିତ୍ର, ଅଧାପକ ସୁବାସ ଚନ୍ଦ୍ର ସେଠୀ ପ୍ରଭୁତି ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.