ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ

ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ
ଧର୍ମଶାଳା, ୨୮ । ୭  ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବସବାସ କରୁଥିବା ଗରିବ ଓ ଅସହାୟ ଲୋକମାନଙ୍କୁ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦ୍ୱାରା ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସଦାସର୍ବଦା ସହାୟତା ଯୋଗାଇ ଦିଆଯାଉଛି । ରୋଗାଗ୍ରସ୍ତ ଲୋକମାନଙ୍କୁ ମାସିକ ଔଷଧ ସହିତ କୃତି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ ଲାପଟପ ପ୍ରଦାନ କରାଯାଉଥିବା ବେଳେ ଆର୍ଥୀକ ଭାବେ ଅନଗ୍ରସର ଲୋକମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯୟୀ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ଏହିକ୍ରମରେ ଧର୍ମଶାଳା ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଟ୍ରଷ୍ଟ ପକ୍ଷରୁ ଗରିବ ଅସହାୟ କମାଗଡ ପଂଚାୟତ ଗେଙ୍ଗୁଟିଆ ଗ୍ରାମର ନଳିନୀପ୍ରଭା ସାହୁ, ସେହିପରି ଆର୍ଥୀକ ଅନଗ୍ରସର ଅଂଟିଆ ପଂଚାୟତ ଅଂଟିଆ ଗ୍ରାମର ଟୁକୁରୀ ଦଳେଇ , ସୁଧିକ୍ରିୟା ନିମନ୍ତେ ଅଂଟିଆ ପଂଚାୟତ ଖରିଲୋ ଗ୍ରାମର ଗଦାଧର ମଲିକ, ଝିଅ ବିବାହ ପାଇଁ ମହିଶରା ପଂଚାୟତ ପାରୀକ୍ଷେତ ଗ୍ରାମର ରବିନ୍ଦ୍ର ଦେଉରୀ, ଝିଅର ପାଠ ପଡା ନିମନ୍ତେ ମହିଶରା ପଂଚାୟତ ଦଉଲତପୁର ଗ୍ରାମର କାର୍ତିର୍କ ବେହେରା, ଆର୍ଥିକ ଅନାଟନରେ ଥିବା ଅରେଇକଣା ପଂଚାୟତ ଅରେଇକଣା ଗ୍ରାମର ଅଶୋକ ମଲିକ, ଅର୍ଥିକ ଅନାଟନରେ ଥିବା ଅରେଇକଣା ପଂଚାୟତ ଅରେଇକଣା ଗ୍ରାମର ଆକାଶ ରାୟ, କଲେଜରେ ପୁଅର ନାମ ଲେଖାଇବା ପାଇଁ ନଠୁଆବର ପଂଚାୟତ କୃଷ୍ଣପଡା ଗ୍ରାମର ଅଖିଳ ମଲିକ, ସେହିପରି ପିଲାଙ୍କ ପାଠପଡା ନିମନ୍ତେ ନଠୁଆବର ପଂଚାୟତ କୃଷ୍ଣପଡା ଗ୍ରାମର ମାନସ ମଲିକ ଓ ଝିଅର ବାହାଘର ନିମନ୍ତେ କୃଷ୍ଣପଡା ଗ୍ରାମର କାର୍ତିକ ମଲିକଙ୍କୁ ଆର୍ଥିକ ସହାୟତା ଯୋଗଇ ଦିଆଯାଇଛି । ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସଦସ୍ୟମାନେ ସେମାନଙ୍କ ଘରେ ପହଁଚି ଆର୍ଥିକ ସହାୟତା ଦେଇଛନ୍ତି । ଗରିବ, ଅସହାୟ ଓ ନିସ୍ପେଷିତ ଲୋକମାନଙ୍କ ଅସୁବିଧା ସମୟରେ ଧର୍ମଶାଳା ବିଧାୟକ ସଦା ସର୍ବଦା ଛିଡା ହେବାକୁ ପଣ କରିଛନ୍ତି । ଆଗକୁ ଏଭଳି ସହାୟତା ଜାରିରହିବ ବୋଲି ବିଧୟକ ଶ୍ରୀ ସାହୁ କହିଛନ୍ତି ।

Leave A Reply

Your email address will not be published.