କଳାବ୍ରହ୍ମ ୩ (ମୋ ସୃଷ୍ଟି ରେ ମୋ ସ୍ରଷ୍ଟା) କଳା ପ୍ରଦର୍ଶନୀ ଅନୁଷ୍ଠିତ

ଲିପ୍ସା ରାଉତ ଭୁବନେଶ୍ଵର

କଳାବ୍ରହ୍ମ ୩ (ମୋ ସୃଷ୍ଟି ରେ ମୋ ସ୍ରଷ୍ଟା) କଳା ପ୍ରଦର୍ଶନୀ ଅନୁଷ୍ଠିତ ଭୁବନେଶ୍ୱର:ସ୍ଥାନୀୟ ଜୟଦେବ ଭବନ ରେ ଫାଇନ ଆର୍ଟ ଟ୍ରି ଆର୍ଟ ଏକାଡେମୀ ଓ ଲକ୍ଷ୍ମଣ ଭଞ୍ଜ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ କଳାବ୍ରହ୍ମ ୩ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଏକାଡେମୀର କୁନି କୁନି ଶିଳ୍ପୀମାନଙ୍କର ତୂଳୀରେ ଜୀବନ୍ୟାସ ପାଇଥିବା ସୁନ୍ଦର ସୁନ୍ଦର ଚିତ୍ରମାନ ପ୍ରଦର୍ଶିତ ହୋଇଥିଲା।ଏହି ଅବସରରେ କଳିଙ୍ଗ କେଶରୀ ନାୟକଙ୍କୁ କଳା ବ୍ରହ୍ମ ସମ୍ମାନ 2026 ରେ ସମ୍ମାନିତ କରାଯାଇଥିଲା।।ଏହି ଉତ୍ସବରେ ବିଶିଷ୍ଟ ଚିତ୍ରଶିଳ୍ପୀ ଡ଼. ପଞ୍ଚାନନ ସାମଲ,ବିଶିଷ୍ଟ ଅଭିନେତା ଶୁଭ୍ରାଂଶୁ ନାୟକ ,ଜଗନ୍ନାଥ ଗବେଷକ ପୀତବାସ ରାଉତରାୟ,କବି ଡ଼.ରଜନୀ ରଣସିଂହ ପ୍ରମୁଖ ଯୋଗଦେଇ କୁନି କୁନି ଚିତ୍ରଶିଳ୍ପୀଙ୍କ କାର୍ଯ୍ୟର ପ୍ରଶଂସା କରିବା ସହ ସେମାନେ କିପରି ଭବିଷ୍ୟତରେ ନିଜର ଜୀବନକୁ ଆହୁରି ରୁଦ୍ଧିମନ୍ତ କରିପାରିବେ ସେଥିପାଇଁ ସୁ ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ। ଏଥି ସହିତ ଅନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।କାର୍ଯ୍ୟକ୍ରମ ର ମୁଖ୍ୟ ଜିତେନ୍ଦ୍ର ଭଞ୍ଜ ଓ ରଙ୍ଗ ରଣସିଂହ ଅନୁଷ୍ଠାନକୁ ଆଗକୁ ନେବାରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିବା ସହ ଏହାକୁ ଆହୁରି କିପରି ବ୍ୟାପକ କରାଯାଇପାରିବ ସେଥିପାଇଁ ସମସ୍ତ ସହଯୋଗ କାମନା କରିଥିଲେ।

Leave A Reply

Your email address will not be published.