ବାଙ୍କୀ ରେ ଦୁଗ୍ଧ ଚାଷୀ ଙ୍କୁ ଖୁସି ଖବର | ଉଦଘାଟନ ହେଲା ନବନିର୍ମିତ ମିଲ୍କ କମ୍ପ୍ଲେକ୍ସ
(ପୁର୍ଣ୍ଣେନ୍ଦୁ ନାୟକ ): ବାଙ୍କୀ
ବାଙ୍କୀ : ସମବାୟ ରୁ ସମୃଦ୍ଧି, ସମବାୟ ମାଧ୍ୟମ ରେ କୃଷକ ଙ୍କ ଅଭିବୃଦ୍ଧି ଏମିତି କିଛି ଲକ୍ଷ୍ୟ ନେଇ ବାଙ୍କୀ କଳାପଥର ସ୍ଥିତ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ପରିସର ରେ ଏକ ନବନିର୍ମିତ ମିଲ୍କ କମ୍ପ୍ଲେକ୍ସର ଆଜି ଭବ୍ୟ ଭାବେ ଉଦ୍ଘାଟନ ହୋଇଛି। ଯାହା ସ୍ଥାନୀୟ ଦୁଗ୍ଧ ବ୍ୟବସାୟୀ ଙ୍କ ପାଇଁ ଏକ ବଡ଼ ଉପହାର ଭାବେ ସାବ୍ୟସ୍ତ ହୋଇପାରିଛି | ଏହି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ଦେଵୀ ରଞ୍ଜନ ତ୍ରିପାଠୀ, ରାଜ୍ୟ ସମବାୟ ବିଭାଗ ସଚିବ ରାଜେଶ ପ୍ରଭାକର ପାଟିଲ,ସମବାୟ ସମିତି ସମୂହ ମନୀଷ ଅଗ୍ରୱାଲ, ଓମଫେଡ଼ ନିର୍ଦେଶକ ବିଜୟ ଅମୃତ କୁଲାଙ୍ଗୋ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, ଅତିରିକ୍ତ ଜିଲ୍ଲାପାଳ ଶୁଶ୍ରୀ ସୁପ୍ରିୟା ସ୍ୱାଇଁ, ବାଙ୍କୀ କେନ୍ଦ୍ର ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, କଳାପଥର ଆଦର୍ଶ ସମବାୟ ସଭାପତି କେଶବ ଚନ୍ଦ୍ର ଭୋଇ ପ୍ରମୁଖ ଗାରିମାମୟ ଉପସ୍ଥିତ ଥିଲେ | ଏହି ଅବସର ରେ ସମବାୟ କୁ ଭିତ୍ତି କରି କିପରି ଅର୍ମନିର୍ଭରଶୀଳ ହୋଇପାରିବେ , ସେଥିପାଇଁ ସମସ୍ତ ସମବାୟ ସଂସ୍ଥା ଗୁଡିକ ଆଗକୁ ହାତ ବଢ଼ାଇଛନ୍ତି ; ତେଣୁ କେଵେଳ ଚାକିରୀ ପଛରେ ନଗୋଡ଼ାଇ ଆତ୍ମନିର୍ଭରଶୀଳ ହେବାକୁ ବିଧାୟକ ଦେବିରଞ୍ଜନ ଆହ୍ୱାନ ଫେଇଥିଲେ | ଏହି ମିଲ୍କ କମ୍ପ୍ଲେକ୍ସ ମାଧ୍ୟମରେ ସ୍ଥାନୀୟ ଦୁଗ୍ଧ ଚାଷୀମାନେ ସେମାନଙ୍କ ଦୁଗ୍ଧ ସଂଗ୍ରହ, ସଂରକ୍ଷଣ ଓ ବିପଣନ ପାଇଁ ଉନ୍ନତ ସୁବିଧା ପାଇବେ। ଏହା ଦୁଗ୍ଧ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ସହ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବା ସହିତ ସମ୍ପାଦକ ମିର୍ଜା ଅନୱାର ଅଲ୍ଲୀବେଗଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। କଳାପଥର ଅଞ୍ଚଳର ଦୁଗ୍ଧ କ୍ଷେତ୍ରର ବିକାଶ ଦିଗରେ ଏହି ମିଲ୍କ କମ୍ପ୍ଲେକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ସମ୍ପାଦକ ମିର୍ଜା ଅନୱାର ଅଲ୍ଲୀବେଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ବାଙ୍କୀ କେନ୍ଦ୍ର ବ୍ୟାଙ୍କ କଳାପଥର ଶାଖା ପରିଚାଳକ ସତ୍ୟପୀର ବେହେରା ସକ୍ରିୟ ସହଯୋଗ କରିଥିଲେ l